ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବନ୍ଧୁମିଳନ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବନ୍ଧୁମିଳନ ଉତ୍ସବ ଓ ସଂଘର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାପତି ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେସଙ୍ଗେ ନବବର୍ଷ ୨୦୨୦ ସମସ୍ତଙ୍କ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଜଗନ୍ନାଥଙ୍କୁ ପୁଷ୍ପ, ଧୂପ ଅର୍ପଣ କରିବାପରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବଂଶୀଧର ମହାପାତ୍ର ସ୍ତୁତି ଓ ବେଦ ଉଚ୍ଚାରଣ କରିଥିଲେ ।ଏହି ଅବସରରେ ଗ୍ରାମାଞ୍ଚଳର ୨୦ (କୋଡ଼ିଏ) ଜଣ ଗରିବ ବୃଦ୍ଧବୃଦ୍ଧାଙ୍କୁ ସଂଘ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା । ସାଧାରଣ ସଂପାଦକ ଇଂ. ବନମାଳି ନାୟକ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେସଙ୍ଗେ ଚଳିତବର୍ଷ ବୃକ୍ଷରୋପଣ, ଗ୍ରୀଷ୍ମକାଳରେ ଜଳଛତ୍ର, ମେଧା ପ୍ରୋତ୍ସାହନ, ବରିଷ୍ଠ ସଭ୍ୟସଭ୍ୟାଙ୍କୁ ସମ୍ବର୍ଦ୍ଧନା, ସ୍ୱାସ୍ଥ୍ୟ ସେବା ଶିବିର, ରକ୍ତଦାନ ଶିବିର, ଜିଲ୍ଲାର ଦୃଷ୍ଟିହୀନ ଓ ବିକଳାଙ୍ଗ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ ଆଦି ସମାଜ ମଙ୍ଗଳ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ । ଉପସ୍ଥିତ ସଭ୍ୟମାନେ ବକ୍ତବ୍ୟରେ କହିଥିଲେ ଯେ ବନ୍ଧୁମିଳନ ଏକ ଭାଇଚାରା ପର୍ବ, ଆଧ୍ୟାମିôକ ଚିନ୍ତା ଓ ଚେତନା ଆମ୍ଭମାନଙ୍କୁ ଶାନ୍ତି ଓ ଶକ୍ତି ଦେବ । ଶାଖା ପ୍ରତିନିଧି ବସ୍ତା, ସୋର, ରେମୁଣା, ନୀଳଗିରି ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ସଂଘର ସଭ୍ୟ ଶ୍ରୀଯୁକ୍ତ ଶଶି ରଥ, ରମାକାନ୍ତ ବେହେରା, ପ୍ରମଥ ପ୍ରଧାନ, ଭାଗବତ ପ୍ରସାଦ ଦାସ ବକ୍ତବ୍ୟ ରଖିଥିଲେ ଓ ନୂତନ ସଭ୍ୟ ଭାବରେ ଡ. ପ୍ରଫୁଲ୍ଲ ସେଠୀ, ଡ. ଭାଗବତ ଦାସ ଓ ଚିତ୍ତରଞ୍ଜ ଜେନା ସଂଘର ସଦସ୍ୟତା ଗ୍ରହଣ କରିଥିଲେ । କୁମୁଦ ରଞ୍ଜନ ଗିରି, ପ୍ରଫୁଲ୍ଲ ଯେନା, ରମେଶ ଗୋଚ୍ଛାୟତ, ଭବେଶ ପଣ୍ଡା, ବେଣୁଧର ପାଳ, ଶଚୀନ୍ଦ୍ର ଦାସ, ବନ୍ଦନା ପାଲ, ଅରୁଣା ରାୟ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୋର କମିଟିର ସଭାପତି ଶ୍ରୀ ନବକିଶୋର ଦାସ ଧନ୍ୟବାଦ ଦେଇ ସମସ୍ତଙ୍କର ଶୁଭାକାମନା କରିଥିଲେ ।