ସମାଜସେବୀ କନକଲତା ଜେନାଙ୍କ ବିୟୋଗରେ ଶୋକସଭା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସହଦେବଖୁଣ୍ଟା ଅଞ୍ଚଳର ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ କନକଲତା ଜେନାଙ୍କ ଦେହାନ୍ତରେ ଅନ୍ନପୂର୍ଣ୍ଣା ସାଂସ୍କୃତିକ ନାରୀ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଫିରିଙ୍ଗିପାଟଣା ଶିବମନ୍ଦିର ନିକଟରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହେମଲତା ଦାସ ସଭାପତିତ୍ୱ କରିଥିଲେ । ସ୍ୱର୍ଗତା କନକଲତା ସ୍ଥାନୀୟ ଅଞ୍ଚଳରେ ମହିଳାମାନଙ୍କୁ ସଂଗଠିତ କରି ବାଲେଶ୍ୱର ସରକାରୀ ମେଡିକାଲ ପ୍ରତିଷ୍ଠା ଆନ୍ଦୋଳନ ଓ ନିଶା ବିରୋଧି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନାରୀସଂଘର ଅଭିବୃଦ୍ଧଇ, ସଂଘର ନିଜସ୍ୱ ଗୃହନିର୍ମାଣରେ ତାଙ୍କର ଅବଦାନ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସୀତାଦେବୀ ଦାଶ, କଳ୍ପନା ପଟ୍ଟନାୟକ, ଜୟନ୍ତୀ ମହାପାତ୍ର, ଆରତୀ ଚୌଧୁରୀ ସ୍ନେହଲତା ପତି, ଗୀତାଞ୍ଜଳି ସିଂହ, ବାଂଛାନିଧି ଦାଶ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତା କନକଲତା ଜେନା ଓ ସଂଘର ଅନ୍ୟତମ ସଦସ୍ୟା ସ୍ୱର୍ଗତା ପ୍ରମିଳା ବେହେରାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅମର ଆତ୍ମାର ସଦ୍ଗତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବିଦ୍ୟୁତ୍ ନାୟକ, କାନ୍ତା ସ୍ୱାଇଁ, ସରସ୍ୱତୀ ମହାନ୍ତି, ଋକ୍ମଣୀ ବେଜ୍, ଆଲପନା ଗିରି, ମିଲିଶ୍ରୀ ଜେନା, ସନ୍ଧ୍ୟାରାଣୀ ପାଣ୍ଡିଆ, ପ୍ରତିମା ମହାନ୍ତି, ଦୟାମଣି ଜେନା, ଆରତୀ ବେହେରା, ସ୍ୱର୍ଣ୍ଣଲତା ଘୋଷ, ରୁନୁରାଣୀ ବେହେରା, ଜୟନ୍ତୀ ପଣ୍ଡିତ, ସଂହିତା ଦଣ୍ଡପାଟ, କଳ୍ପନା ପଟ୍ଟନାୟକ, କୁନି ମହାନ୍ତି, ସୁବାସିନୀ ସାଉ, ବସନ୍ତ ତ୍ରିପାଠୀ, ସଂଜୁଲତା ନାଥ, ମିତା ପଟ୍ଟନାୟକ, କେଶବ ଚନ୍ଦ୍ର ଜେନା ପ୍ରମୁଖ ନାରୀସଂଘର ସଭ୍ୟା ଓ ସ୍ଥାନୀୟ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ । ଆରତୀ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


