ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ନୁଆଗାଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ବେହେରାଙ୍କ ୬୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ବହୁମୁତ୍ର ଓ କିଡିନ୍ ରୋଗରେ ପିଡିତ ଥାଇ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ୨୮ତାରିଖ ସକାଳେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ଭାଇ ବଟକୃଷ୍ଣ ବେହେରା, ଭିକାରୀ ବେହେରା, ପୁତୁରା ବିଜୟ କୁମାର, ସଂଗ୍ରାମ, ସମର, ଝିଅ ମାନୁ, ଜଲି, ପାଗିଳି, କୁଇ ପ୍ରମୁଖ ଉପସ୍ଥିତ ଥିଲେ । ସେ ନୁଆଗାଁ ଓ ରାଘବପୁର ସ୍କୁଲରେ ଶିକ୍ଷକତା କରି ଗତ ୨୦୧୪ରେ ଚାକିରୀ ଜୀବନରୁ ଅବସର ନେବାପରେ ଗାଁର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବର ପାଇ ସୁଶାନ୍ତ କୁମାର ନାୟକ, ସୁଧାକର କୁଅଁର, ଟୁକୁ ଧଳ, ଗୋପଳ ବେହେରା, ପାଗଳ ବେହେରା, ନଟବର ବେହେରା, ବିକ୍ରମ ବେହେରା, ଶରତ ଚନ୍ଦ୍ର ବେହେରା, ଶାନ୍ତନୁ ବେହେରା, ନବଘନ ରାଉତ, ପିତବାସ ବେହେରା, ବିନୋଦ ବାରିକ, ଦୀନବନ୍ଧୁ ଜେନା, ଭାସ୍କର ବାରିକ, ଅରୁଣୋଦୟ ପ୍ରଧାନ, ମହେନ୍ଦ୍ର କୁମାର ପ୍ରଧାନ, ରାଜେନ୍ଦ୍ର କୁଅଁର, ଅଭିରାମ ବେହେରା, ମହେଶ୍ୱର ବେହେରା, କିଶୋର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାିବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁତୁରା ବିଜୟ କୁମାର ବେହେରା ମୁଖାଗ୍ନି ଦେଇଥିବାବେଳେ ସମସ୍ତ ବନ୍ଧୁପରିଜନ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।