ଦେଶୀମଦ ଓ ମହୁଲ ପୋଚ ଜବତ,୨ ଗିରଫ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ଅବକାରୀ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ସୋସୋ ଓ ନଦିପଦା ଥାନା ଅନ୍ତର୍ଗତ ବିଦ୍ୟାଧରପୁର, ଚୋରଗଡିଆ, କଠକଟା,ହାଟଡିହି, ପୁରୁଣାପାଣି ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୨ଲିଟର ଦେଶୀମଦ ଓ ୨୭୦୦ ଲିଟର ମହୁଲ ପୋଚ ଓ ୭.୮୦୦ ଲିଟର ବିୟର ଓ ୩.୨୪୦ ଲିଟର ବିଦେଶୀ ମଦ ଜବତ କରାଯିବା ସହ ଦଧିବାମନପୁର ଗ୍ରାମର ପୂଜା ଯେନା, ବିଦ୍ୟାଧରପୁର ଗ୍ରାମର ଗୋପିନାଥ ବେହେରାଙ୍କୁ ଗିରଫ କରାଯାଇଛି l ଜବତ ଦେଶୀମଦ ଓ ମହୁଲ ପୋଚ, ବିଦେଶୀ ମଦର ଆନୁମାନିକ ମୂଲ୍ୟ  ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା, ପ୍ରମୁଖ ସାମିଲ ଥିଲେ । ଏନେଇ ହାଟଡିହି ଅବକାରୀ ଥାନା ପକ୍ଷରୁ ୩ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ