ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ(୭୭)ଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି । ଗତ କିଛି ଦିନ ଧରି ସେ ଥଣ୍ଡା କଫ ଜନିତ ରୋଗରେ ପିଡିତ ଥାଇ ଭୁବନେଶ୍ୱରସ୍ଥିତ ଘରୋଇ ହସପିଟାଲ ଏବଂ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ଭାଇ, ପୁଅ, ବୋହୁ, ନାତିନାତୁଣୀ, ପରିବାରବର୍ଗଙ୍କ ସମେତ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ବଡପୁଅ ବିଶ୍ୱନାଥ ମୁଖାଗ୍ନି ଦେଇଥିଲେ । ସେ ୧୯୬୨ ମସିହାରେ କେନ୍ଦୁଝର ଜିଲ୍ଲା ଓରାଳି ପ୍ରାଥମିକ ବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରି ୨୦୦୧ ମସିହାରେ ଗେଡମା ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ପରୋପକାରୀ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।