ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ସହରର ରାଣିପଡା ବିଦ୍ୟାଳୟ ସାହି ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଙ୍କ ଅଗଷ୍ଟ ୧୭ ତାରିଖ ଅପରାହ୍ନ ସାଢେ ତିନି ଘଣ୍ଟା ସମୟରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ସ୍ବର୍ଗତ ଶ୍ରୀପାତ୍ର ଅପରାହ୍ନ ସାଢେ଼ ତିନି ଘଣ୍ଟା ସମୟରେ ଗାଧୁଆ ଗୃହକୁ ଯିବା ସମୟରେ ହଠାତ ଘର ମଧ୍ୟରେ ପଡି ଯାଇ ଅଚେତ ହୋଇ ଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଅଚେତ ସୁରେଶ ଚନ୍ଦ୍ର ପାତ୍ରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଡାକ୍ତର ଶ୍ରୀ ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ଶ୍ରୀ ପାତ୍ର ଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ତାଙ୍କ ବିୟୋଗ ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲ ସହ ରାଣିପଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ