ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଲୋକଙ୍କୁ ମିଳୁନି ଗ୍ୟାସ ସିଲିଣ୍ଡର : ନିରାଶରେ ଫେରୁଛନ୍ତି ଲୋକେ

ଛତ୍ରପୁର,(ଓ୍ବାଇଏନଏସ) : ରାଜ୍ୟରେ ଡ୍ରାଇଭର ମହାସଂଘ  ଆନ୍ଦୋଳନ ପାଇଁ ଜରୁରୀ କାଳୀନ ସେବା ମଧ୍ୟ ବାଧା ସୃଷ୍ଟି ହୋଇଛି । ଛତ୍ରପୁରରେ ଏବେ ଏଚପି ଗ୍ୟାସ ସିଲିଣ୍ଡିର ମିଳୁନଥିବା ଦେଖିବାକୁ ମିଳିଛି । ଗାଡି ଆସୁନଥିବାରୁ ଲୋକମାନେ ଗ୍ୟାସ ଆଗରୁ ବୁକିଂ କରିଥିଲେ ବି ଗୋଦାମରେ ଗ୍ୟାସ ଷ୍ଟକ ନଥିବାରୁ ଲୋକମାନେ ନିରାଶରେ ଫେରୁଛନ୍ତି । ଚଳିତ ମାସ ୨ରୁ ବୁକିଂ କରିଥିବା ଲୋକଙ୍କୁ ଏଯାବତ ଗ୍ୟାସ ମିଳିନାହିଁ । ଏଯାବତ ୩୧୪୦ ଜଣ ଏଚପି ଗ୍ୟାସ ବୁକିଂ କରିଥିଲେ ବି ସେମାନେ ଗ୍ୟାସ ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ଛତ୍ରପୁରକୁ ଗାଡି ଆସୁନଥିବାରୁ ସେମାନଙ୍କୁ ମିଳୁନାହି ଗ୍ୟାସ । ଏପରିକି ଜେଲ ନିକଟରେ ଥିବା ଏଚପି ଗ୍ୟାସ ଗୋଦାମରେ ତାଲା ପଡିଥିବା ଦେଖିବାକୁ ମିଳିଥିବା ବେଳେ ଲୋକେ ଖାଲି ହାଣ୍ଡି ଧରି ଆସି ନିରାଶରେ ଫେରୁଛନ୍ତି । ବହୁ ଜଣେ ସେମାନଙ୍କ ରୋଷେଇ ଗ୍ୟାସ ଉପରେ ନିର୍ଭର କରୁଥିବାରୁ ସେମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଚଳା ଅବସ୍ଥା କେତେ ଦିନ ରହିବ ସେନେଇ ଗ୍ୟାସ ଅଫିସ ପକ୍ଷରୁ କୈଣସି ସଠିକ ସୂଚନା ମଧ୍ୟ ଗ୍ରାହକଙ୍କୁ ମିଳିପାରୁନାହିଁ, ଗାଡି ଆସୁନାହିଁ ଆମେ କଣ କରିବୁ ବୋଲି କହିଥିଲେ । ଶେଷଥର ପାଇଁ ୫ ରୁ ଗ୍ୟାସ ଡିପୋରୁ ଗ୍ୟାସ ଗାଡି ଆସି ୭ରେ ଅନଲୋଡ ହୋଇଥିଲା ଆଉ ଗାଡି ଆସୁନାହିଁ ବୋଲି କହିଥିଲେ । ବିଶାଖାପାଟନମରୁ ଏକ ଗାଡି ଆସୁଥିବା ଏକ ବିଶେଷ ସୁତ୍ରରୁ ଖବର ମିଳିଛି । ରବିବାର ସକାଳେ ଏହି ଗାଡି ପହଂଚିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ