ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ପେନ୍‌ସନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ନିତ୍ୟାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗରାପୁର ଡାକବଙ୍ଗଳା ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦୀର୍ଘ ୩୦ରୁ ୩୫ ବର୍ଷ କାଳ ମଧ୍ୟରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ହୋଇ ସହଯୋଗ କରି ଆସିଥିବା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ କର୍ମଚାରୀ ମାନେ ଗତ ୨୦୧୯ ମସିହା ଠାରୁ ଅଦ୍ୟାବଧି ଶତାଧିକ ସଂଖ୍ୟାରେ ଚାକିରୀରୁ ଅବସର ନେବା ସଂଗେ ସଂଗେ କେତେ ଜଣ ମଧ୍ୟ ମୃତ୍ୟୁ ବରଣ କରି ସାରିଛନ୍ତି । ଦୁଃଖ ଓ ପରିତାପର ବିଷୟ ଏହିକି ୧୯୯୪ ମସିହାରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଏହି ସବୁ ବିଦ୍ୟାଳୟକୁ ଅନୁଦାନରୁ ବଞ୍ôଚତ କରିବା ପୁନଶ୍ଚ ୨୦୦୪ ମସିହାରୁ ଉକ୍ତ ଅନୁଷ୍ଠାନଗୁଡିକୁ ଅର୍ଥାଭାବ ଆଳ ଦେଖାଇ ବ୍ଲକ ଗ୍ରାଣ୍ଟ ଭଳି ଏକ କୁତ୍ସିତ ତଥା ଘୃଣ୍ୟ ଅନୁଦାନ ପ୍ରଦାନ କରି ଶିକ୍ଷକ ଓ କର୍ମଚାରୀମାନଙ୍କର ଭବିଷ୍ୟତକୁ ସରକାର ଅନ୍ଧକାରାଚ୍ଛନ୍ନ କରିଦେଇଛନ୍ତି । ସରକାରଙ୍କ ଏହି ବୈମାତୃକ ମନୋଭାବ ଯୋଗୁଁ ଏହି ସବୁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଅବସର କାଳୀନ ପେନ୍‌ସନ୍‌, ଗ୍ରାଚ୍ୟୁଇଟି ତଥା ଅନ୍ୟାନ୍ୟ ପେନ୍‌ସନ ଜନିତ ସରକାରୀ ସୁବିଧା ପାଇବାରୁ ବଞ୍ôଚତ ହୋଇଛନ୍ତି । ଏସବୁ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ନିମନ୍ତେ ଓଡିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ଶିକ୍ଷକ ଓ କର୍ମଚାରୀମାନଙ୍କ ସପକ୍ଷରେ ପୂର୍ବରୁ ରାୟ ଦେବା ସହିତ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇ ସାରିଛନ୍ତି । ସେହି ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଶୋଭାଯାତ୍ରାକାରୀ ଶିକ୍ଷକ କର୍ମଚାରୀମାନେ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ଅନ୍ୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଜିଲ୍ଲାର ୯ଟି ବ୍ଲକର ଶତାଧିକ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଓଡିଶା ରାଜ୍ୟ ନୂତନ ଅନୁଦାନପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ଥିଲେ । ପ୍ରମୋଦ କୁମାର ବେହେରା, ଯୋଗେନ୍ଦ୍ର ବେହେରା, ଗୋପାଳକୃଷ୍ଣ ମହାନ୍ତି,ଅକ୍ଷୟ କୁମାର ସ୍ୱାଇଁ ପ୍ରମୁଖ ଶିକ୍ଷକ/ଶିକ୍ଷିକା, କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ