ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟ ନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଇଂ. ବନମାଳି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦିବଂଗତ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ନୂତନ ପୃଷ୍ଠପୋଷକ ତଥା ଆଜୀବନ ସଦସ୍ୟବୃନ୍ଦଙ୍କୁ ସ୍ୱାଗତ କରାଯାଇଥିଲା । ଏଥି ସହିତ ଆସନ୍ତା ୧୯ ତାରିଖରେ ସାଂଗଠନିକ ବୈଠକ ଓ ସାଧାରଣ ଅଧିବେଶନ ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିଲା । ଏହି ବାର୍ଷିକ ସାଧାରଣ ଅଧିବେଶନରେ ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ଦୌରାଜଜ, ଏସପିଙ୍କ ସମେତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓ ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ପ୍ରବନ୍ଧକ ମଧୁସୂଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେବାକୁ ସମ୍ମତ୍ତି ପ୍ରକାଶ କରିଥିବା ସଂଘର କର୍ମକର୍ତ୍ତାମାନେ ବୈଠକରେ ସୂଚନା ଦେଇଥିଲେ । ଏହି ବାର୍ଷିକ ସାଧାରଣ ଅଧିବେଶନକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟ ୧୯ ତାରିଖରେ ଉପସ୍ଥିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ଉପ-ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ଓ ସମ୍ପାଦକ ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁମୁଦ ରଞ୍ଜନ ଗିରି, ଦେବେନ୍ଦ୍ର ଚୌଧୁରୀ, ସୁଜିତ୍ କୁମାର ଜେନା, ଜ୍ଞାନେନ୍ଦ୍ରନାଥ ସାହୁ, ସଭ୍ୟ ଶଚୀନ୍ଦ୍ର ଦାସ, ଭବେଶ ଚନ୍ଦ୍ର ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍ ଓ କେଶବ ଚନ୍ଦ୍ର ମହାନ୍ତି, ବଳରାମ ବେହେରା, ଡ. କ୍ଷିତୀଶ୍ୱର ଦାସ, ମୀନା ସେଠୀ, କ୍ଷେତ୍ରମୋହନ ନାୟକ, ଅରୁଣା ରାୟ, ବେଣୁଧର ପାଳ, ଉମେଶ ଚନ୍ଦ୍ର ଗୋଛାୟତ, ସାବିତ୍ରୀ ଦାସ, ବାସନ୍ତୀ କର, ଶୋଭନା ମିଶ୍ର, ବନଲତା ଦାସ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଇଂ. ଶ୍ରୀରାମ ଦାଶ, ରୀତା ରାୟ, ସୀତାରାମ ପ୍ରଧାନ, ରବୀନ୍ଦ୍ର କୁମାର ମହନ୍ତି, ଜଗନ୍ନାଥ ଜେନା, ଅଭୟ ମିଶ୍ର, ପ୍ରାଣକୃଷ୍ଣ ମହାପାତ୍ର, ଦୀପ୍ତିଲତା ଦାସ, କଲ୍ୟାଣୀ ନନ୍ଦ, ସୁରେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।