ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର୨୬ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ବନମାଳି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ଓ ଦୌରା ଜଜ ଅଶାନ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ହୁଅନ୍ତୁ ଅବା ବରିଷ୍ଠ ନାଗରିକ, ପରିବାର ତଥା ସମାଜ ପାଇଁ ସମସ୍ତଙ୍କର ଆବଶ୍ୟକତାକୁ ଅଣଦେଖା କରିବା ଆମ ସଂସ୍କୃତିର ପରିପନ୍ଥୀ ବୋଲି ସେ କହିଥିଲେ । ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅବସରପ୍ରାପ୍ତ ବରିଷ୍ଠଙ୍କ ଦୀର୍ଘ ଅଭିଜ୍ଞତା ତଥା ଅନୁଭୁତି ସଂସ୍କାରଯୁକ୍ତ ସମାଜକୁ ସବୁବେଳେ ଦିଗଦର୍ଶନ ଦେଇଥାଏ ବୋଲି କହିଥିଲେ । ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକ ଏଥିରେ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଦାମୋଦର ନାୟକ ବାର୍ଷିକ ଆୟବ୍ୟୟ ପାଠ କରିଥିଲେ ।ଏହି ଅବସରରେ ଆୟୋଜିତ ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ଡ. ଭାଗବତ ପାଣିଗ୍ରାହୀ, ଗୌରାଙ୍ଗ ପ୍ରଧାନ, ଇଂ କାର୍ତ୍ତିକେଶ୍ୱର ସିଂହ, ଜଗଦ୍ଦୀଶ ଜେନା, ପ୍ରଫୁଲ୍ଲ କୁମାର ବେହେରା, କ୍ଷେତ୍ରମୋହନ ନାୟକ ଓ କ୍ରୀଡ଼ା ପ୍ରତିଭା ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରମୁଖଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ ବର୍ଗର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଂଘର ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଏହି କାର୍ଯ୍ୟକ୍ରମରେ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସଭ୍ୟା ପ୍ରତୀମା ପଣ୍ଡା ଅତିଥି ପରିଚୟ ଦେଇଥିଲେ । ପ୍ରାରମ୍ଭରେ ଡ. କ୍ଷୀତୀଶ୍ୱର ଦାଶ ବେଦପାଠ କରିଥିଲେ । ଶେଷରେ ଇଂ ହୃଷିକେଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବାର୍ଷିକ ସମ୍ମିଳନୀ ପୂର୍ବରୁ ଅନୁଷ୍ଠିତ ସାଙ୍ଗଠନିକ ସମ୍ମିଳନୀକୁ ପ୍ରତିଷ୍ଠାତା ସଭ୍ୟ ଧୀରେନ୍ଦ୍ର ନାରାୟଣ ଦାସ ଓ କୃତିବାସ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ଜିଲ୍ଲାର ୧୪ଟି ଶାଖା ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ । ଏଥିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଇଂ ଗୌରାଙ୍ଗ ଚନ୍ଦ୍ର ସାହୁ, ବେଣୁଧର ଉପ-ସଭାପତି ଇଂ ସୁରେନ୍ଦ୍ର ନାଥ ଦାସ, ସମ୍ପାଦକ ସୁଜିତ କୁମାର ଜେନା, ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, ପ୍ରଫେସର ଜ୍ୟୋତ୍ସ୍ନାରାଣୀ ପଣ୍ଡା, ପୁଷ୍ପଲତା ମହାନ୍ତି, ପ୍ରଥିତା ମିଶ୍ର, ହିମାଂଶୁ ଦାସ, କଲ୍ୟାଣୀ ନନ୍ଦ, ରୀତା ରାୟ, ଭବେଶ ଚନ୍ଦ୍ର ପଣ୍ଡା, ସେକ ଆଲ୍ଲାଉଦ୍ଦିନ୍‌, ବାସନ୍ତୀ କର, ଶୋଭନା ମିଶ୍ର, କଳ୍ପନା ଦାସ, ଦିପ୍ତୀଲତା ଦାସ, ବନଲତା ଦାସ, ଦେବେନ୍ଦ୍ରନାଥ ଚୌଧୁରୀ, ରବୀନ୍ଦ୍ର କୁମାର ମହାନ୍ତି, ଜ୍ଞାନେନ୍ଦ୍ର ନାଥ ସାହୁ, ଶଚୀନ୍ଦ୍ର ଦାସ, ଇଂ. କେଶବ ଚନ୍ଦ୍ର ମହାନ୍ତି, ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ, କୈଳାସ ସାହୁ, ରବୀନ୍ଦ୍ର କୁମାର ମହାନ୍ତି, ଜ୍ଞାନେନ୍ଦ୍ର ନାଥ ସାହୁ, ବେଣୁଧର ପାଳ, ରମେଶଚନ୍ଦ୍ର ଗୋଛାୟତ, ହରିହର ପାଣି, ପଦ୍ମଲୋଚନ ଦତ୍ତ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ