ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୬,୧୦୦ଟଙ୍କା ପ୍ରଦାନ କରଯାଇଛି । ସଂଗଠନର ଏକ ପ୍ରତିନିଧି ଦଳ ଡିମାଣ୍ଡ ଡ୍ରାଫ୍‌ଟ ଆକାରରେ ଅତିରିକ୍ତ ଜିଲାପାଳଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ପୂର୍ବରୁ ଦୁର୍ଘଟଣାରେ ଆହତଙ୍କର ଆଶୁ ଆରୋଗ୍ୟ କାମନା ସହିତ ଏଭଳି ଦାରୁଣ ବିପଦ ସମୟରେ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସଭାପତି ଇଂ. ବନମାଳୀ ନାୟକ ସଭାପତିତ୍ୱ କରିଥିଲେ । ଏଥିିରେ ସଂଘର କର୍ମକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ