ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସାଂଗଠନିକ ବୈଠକ ସଭାପତି ଇଂ. ବନମାଳି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ପୃଷ୍ଠପୋଷକ ଓ ସଦସ୍ୟତା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଏଥିରେ ସ୍ୱାଗତ କରାଯାଇଥିଲା । ବିଶେଷକରି ସଂଘର ବରିଷ୍ଠ ସଦସ୍ୟ ୮୬ତମ ବର୍ଷରେ ପଦାର୍ପଣ କରିଥିବା ବହୁଦର୍ଶୀ ପ୍ରତିଭାବାନ ବ୍ୟକ୍ତି ପଦ୍ମଲୋଚନ ଦତ୍ତଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଉପ-ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ, କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ସମ୍ପାଦକ ବସନ୍ତ ନାୟକ, ଅର୍ଥ ସମ୍ପାଦକ ଦାମୋଦର ନାୟକ ଓ ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଉପସ୍ଥିତ ରହି ସଭାକାର୍ଯ୍ୟ ତଥା ସଂଘୀୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀଧର ପାଢ଼ୀ, ନଟବର ଦେ, ନିରଞ୍ଜନ ବେହେରା, ଡ. ସୁବାସ ଚନ୍ଦ୍ର ନାୟକ, ପ୍ରବୋଧ କୁମାର ଦାସ, ନିରଞ୍ଜନ ବେହେରା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଫେସର ଗୌରାଙ୍ଗ ଚରଣ ପାତ୍ର, ପ୍ରଫେସର ଗୌରାଙ୍ଗ ସୁନ୍ଦର ଦାଶ, ଶ୍ରୀମତୀ ମଞ୍ଜୁଲତା ସାମଲ ଶିକ୍ଷାବିତ ରମେଶ ଚନ୍ଦ୍ର ଦାସ, ଯଦୁନାଥ ସାହୁ, ହିମାଂଶୁ ଶେଖର ମହାନ୍ତି, ପୃଷ୍ଠପୋଷକ ସଭ୍ୟମାନଙ୍କ ସହିତ ଡ. ଭାଗବତ ବେହେରା, ଡ. ସିନ୍ଧୁସେନ୍‌, ରବୀନ୍ଦ୍ର ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ବିମଳ ଚନ୍ଦ୍ର ଆଶ, ଚନ୍ଦ୍ରଶେଖର ଘୋଷ, ସୃଷ୍ଟିଧର ପରିଡ଼ା, ଯୁଧିଷ୍ଠିର ସାହୁ, ସୁଷମା ପାଣିଗ୍ରାହୀଙ୍କୁ ଆଜୀବନ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା । ଅନ୍ଧ-ମୂକ-ବଧିର ଛାତ୍ରମାନଙ୍କ ଭୋଜନ ନିମନ୍ତେ କୈଳାସ ଚନ୍ଦ୍ର ପରିଡ଼ା ୫୦୦୦/- ଦାନ କରିଥିଲେ । ଉପଦେଷ୍ଟା ଜ୍ଞାନେନ୍ଦ୍ର ନାଥ ସାହୁ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ସ୍ନେହଲତା ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ମେଧାବୀ ଛାତ୍ରମାନଙ୍କୁ ସମ୍ମାନିତ କରିବା ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ । ସଦସ୍ୟ ଗ୍ରହଣ କାର୍ଯ୍ୟରେ ବିଶେଷ ଭୂମିକା ଗ୍ରହଣ କରିଥିବା ସଭ୍ୟ ସୁଜିତ୍ କୁମାର ଜେନାଙ୍କୁ ସଂଘ ତରଫରୁ କୃତଜ୍ଞତା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ଶିରୀଶ ଚନ୍ଦ୍ର ଜେନା, ଅରୁଣା ରାୟ, କୁମୁଦ ଗିରି, ବାସନ୍ତୀ କର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ବେଣୁଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ