ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରାମ ପଞ୍ଚାୟତର ଦୁସ୍ଥ, ଅସହାୟ ଓ ଦରିଦ୍ର ବୃଦ୍ଧ-ବୃଦ୍ଧାଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଶାସଙ୍ଗ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ଇଂ.ବନମାଳି ନାୟକଙ୍କ ସମେତ ବିଶେଷ ସହାୟତା ପ୍ରଦାନ କରିଥିବା ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଲୋକନାଥ ଆଚାର୍ଯ୍ୟ, ସମ୍ପାଦକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ସଭ୍ୟ ଭବେଶ ପଣ୍ଡା, ଆଲ୍ଲାଉଦ୍ଦିନ୍‌, ସୁଜିତ୍ କୁମାର ଜେନା ଆଦି ଉପସ୍ଥିତ ହୋଇ ଅସହାୟଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଶାସଙ୍ଗ ସମେତ ଏହି ପଞ୍ଚାୟତର ନୂଆପୁର, ବେହେରାସାହି ପ୍ରଭୃତି ଗ୍ରାମର ଲୋକ ଶୀତବସ୍ତ୍ର ନେଇଥିଲେ । ମନ୍ଦିର ସେବକ ସନାତନ ଦ୍ୱିବେଦୀଙ୍କ ମନ୍ତ୍ରପାଠ ପରେ ଧୀରେନ୍ଦ୍ର ନାରାୟଣ ଦାସ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଗ୍ରାମର ବିକାଶ ଦାସ, ପ୍ରଭାସ ଦାସ, ଦ୍ୱିଜେନ୍ଦ୍ର ନାରାୟଣ ଦାସ, ଗୋପୀନାଥ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ମନ୍ମଥ କୁମାର ଦାସ ସହଯୋଗ କରି ପ୍ରକୃତ ଆବଶ୍ୟକ ଥିବା ଲୋକଙ୍କୁ ଚିହ୍ନଟ କରାଇଥିଲେ । ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ