ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଜାତୀୟ ପେନସନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୪୧ତମ ଜାତୀୟ ପେନସନ ଦିବସ ସଂଗଠନ କାର୍ଯ୍ୟାଳୟରେ ଶନିବାର ପାଳିତ ହୋଇଯାଇଛି । ସଂଘର ସଭାପତି ଇଂ ବନମାଳି ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହିତ ପେନସନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା କୋଷାଗାର ଅଧିକାରୀ କାଶୀନାଥ ମାଝୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲେଶ୍ୱର ମୁଖ୍ୟ ପ୍ରବନ୍ଧକ ହେମନ୍ତ ବେହେରା, ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଶେଖ ନୟାଜୁଦ୍ଦିନ୍ ଓ ଅର୍ଥ ବିଭାଗ ଅବସରପ୍ରାପ୍ତ ଅଧିକାରୀ ଦୀନେଶ ନାୟକ ଏଥିରେ ବରେଣ୍ୟ ଅତଥି ଭାବେ ଯୋଗଦେଇ ମାସିକ ପେନସନ ଉଠାଣ ବେଳେ ପେନଭୋଗୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ, ପେନଭୋଗୀମାନଙ୍କ ପାଇଁ ବ୍ୟାଙ୍କ ଦ୍ୱାରା ଋଣ ପ୍ରଦାନର ସୁବିଧା ସୁଯୋଗ ଏବଂ ପରିବାରବର୍ଗଙ୍କ ଦ୍ୱାରା ପେନସନ ଉଠାଣ ସମ୍ବନ୍ଧିତ ବିଭିନ୍ନ ତଥ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଉପ-ସଭାପତି ଇଂ ସୁରେନ୍ଦ୍ର ନାଥ ଦାସ ଓ କାର୍ଯ୍ୟକାରୀ ସଭାପତି ଇଂ ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସମ୍ପାଦକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ସାଂଗଠନିକ ସମ୍ପାଦକ ସୁଜିତ କୁମାର ଜେନା, ଅର୍ଥ ସମ୍ପାଦକ ଦାମୋଦର ନାୟକ, ଭବେଶ ଚନ୍ଦ୍ର ପଣ୍ଡା, ଶେଖ ଅଲାଉଦ୍ଦିନ, କ୍ଷେତ୍ରମୋହନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ । ଜ୍ଞାନେନ୍ଦ୍ର ସାହୁ, ପଦ୍ମଲୋଚନ ଦତ୍ତ, ଭାଗବତ ପାଣିଗ୍ରାହୀ, ବେଣୁଧର ସାହୁ, ବାସନ୍ତୀ ପଣ୍ଡା, ଦେବେନ୍ଦ୍ର ଚୌଧୁରୀ, ଉଦୟନାରାୟଣ ଦାସ, ଶଚୀନ୍ଦ୍ର ଦାସ, ଡ. ଶିରୀଶ ଚନ୍ଦ୍ର ଜେନା, ଲୋକନାଥ ଆଚାର୍ଯ୍ୟ, ସୀତାରାମ ପ୍ରଧାନ, ଶତ୍ରୁଘ୍ନ ପଣ୍ଡା, ରବୀନ୍ଦ୍ର ପ୍ରଧାନ, ଇଂ. ହୃଷିକେଶ ସାହୁ, ବିଷ୍ଣୁଚରଣ ପାଢ଼ୀ, ଅରୁଣା ରାୟ, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, କଳ୍ପନା ଦାସ, ଶୋଭନା ମିଶ୍ର, ଲକ୍ଷ୍ମୀପ୍ରିୟା ଜେନା, ପ୍ରତିମା ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ରମେଶ ଜେନା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, କୈଳାସ ଚନ୍ଦ୍ର ପରିଡ଼ା, ଯୁଧିଷ୍ଠିର ନନ୍ଦ ଉପସ୍ଥିତ ଥିଲେ ।