ଅବସରପ୍ରାପ୍ତ ସରକାରୀ ସଂଘ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ଶ୍ୟାଖା ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଆଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ୧୦୦ଉର୍ଦ୍ଧ୍ବ ସେବାନିବୃତ ସରକାରୀ କର୍ମଚାରୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଭାପତି ଅଶ୍ୱିନୀ କୁମାର ପାଢ଼ୀ,ସମ୍ପାଦକ ସୁରେଶ ବେହେରା,ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଆଶାଲତା ପାଣିଗ୍ରାହୀ ମଧ୍ୟ ମଞ୍ଚସ୍ଥ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଇଁରେଜ ନବବର୍ଷ କୁ ସ୍ଵାଗତ କରିବାସହ କେତକ ବ୍ୟକ୍ତିଗତ , ଗୋଷ୍ଠୀଗତ ,ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା ହୋଇଥିଲା। ଗଜପତିରେ ଯାହା ବରିଷ୍ଠ ନାଗରିକ ମାନେ ପ୍ରଶାସନ କ୍ଷେତ୍ରରେ ସମାନ ଅଧିକାର ପାଇ ବାକଥା (ତହସିଲ ଅଫିସ,ପୌର ପରିଷଦ, ବ୍ୟାଙ୍କ୍,ଡାକଘର,ପେଟ୍ରୋଲ ପମ୍ପ,ଡାକ୍ତର ଖାନା ପ୍ରଭୃତିରେ ଏଇମାନେ ସମ୍ମାନ ପାଇପାରୁ ନାହାନ୍ତି। ରାସ୍ତା ସମସ୍ୟା,କୁକୁର ସମସ୍ୟା,ଗୋରୁ ଗାଈମାନଙ୍କ ସମସ୍ୟା ଅଧିକରୁ ଅଧିକ ହେଉଛି।ଏସବୁର ସ୍ଥାୟୀ ସମାଧାନ ଦାବୀ ହେଉଛି।ଏଥିରେ ଜନାର୍ଦ୍ଦନ ରାଓ,ସୁବାସ ବେହେରା,ରାଜେନ୍ଦ୍ର ବେହେରା,ସୁଶିଲ ପଣ୍ଡା,ଗୌରାଙ୍ଗ ସାବତ,ସୌଦାମିନୀ ମହାରଣା, ଭେଙ୍କଟ ପାତ୍ର, ଆରକ୍ଷୀତ ଜେନା,ବିମଳ ପଣ୍ଡା,ସବିତା ମହାରଣା ନିଜ ନିଜର ବକ୍ତବ୍ୟ ଦେଇଥିଲେ। ଶେଷରେ ଅନୁଷ୍ଠାନର ଉପ ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।