ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ ବିଜୟ ଦିବସ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ବିଜୟ ଦିବସ ସୋମବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ ଅଧ୍ୟାପକ ଅଜୟ କୁମାର ରାଉତ,ଆଇନଜୀବି ଦେବଦାସ ମହାନ୍ତି,ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଙ୍ଘ ସଭାପତି ଅଭୟ ପାଣି,ସମ୍ପାଦକ ମହେଶ୍ୱର କର,ହରିହର ସାମଲ,ସୁଶାନ୍ତ ସ୍ୱାଇଁ,କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ,ମେଜର ଭରତ ଚନ୍ଦ୍ର ଜେନା,ବୀରବର ସାହୁ,ସଚ୍ଚିକାନ୍ତ ନାଥ, ଭବାନୀ ପ୍ରସାଦ ଓଝା ପ୍ରମୁଖ ଯୋଗଦେଇ ୧୯୭୧ ମସିହାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ କିଭଳି ଭାରତୀୟ ସୈନିକମାନେ ବୀରତ୍ୱ ପ୍ରଦର୍ଶନ କରି ପାକିସ୍ଥାନ ଠାରୁ ବିଜୟ ଲାଭ କରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରୟାଲ ଡ୍ୟାନ୍ସଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


