କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାହିଁ ସିସିଟିଭି : ପରୀକ୍ଷା ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବେ ବହୁ ଚର୍ଚ୍ଚାରେ। କାରଣ ଏହି ମହାବିଦ୍ୟାଳୟରେ ଚାଲିଥିବା +୨ ବାର୍ଷିକ ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ବ୍ୟବସ୍ଥା ନାହିଁ। ଯାହାଫଳରେ ପରୀକ୍ଷା ପରିଚାଳାନାକୁ ନେଇ ପ୍ରଶ୍ନ ଉଠିଛି। ସରକାର ଏହି ମହାବିଦ୍ୟାଳୟକୁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ କ’ଣ ପାଇଁ ପରୀକ୍ଷା କେନ୍ଦ୍ରରେ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ସି.ସି. ଟିଭି ଲଗାଇଲେ ନାହିଁ ତାହା ପୂର୍ବତନ ଛାତ୍ରଛାତ୍ରୀ ଓ ଜିଲ୍ଲାର ବୁଦ୍ଧିଜୀବୀମାନଙ୍କୁ ଆନ୍ଦୋଳିତ କରିଛି। ସରକାର ନିର୍ଦ୍ଦେଶ ଦେଇଥିଲେ ଯେ +୨ ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ଲାଗିବ। ସି.ସି. ଟିଭି ନଜରରେ ପରୀକ୍ଷା ପରିଚାଳନା କରାଯିବ। ଫଳରେ କେନ୍ଦ୍ରର ସ୍ୱଛତା ବଜାୟ ରହିବ। କିନ୍ତୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କ ଏହି ଆଦେଶକୁ କର୍ଣ୍ଣପାତ କରୁ ନାହାନ୍ତି। ତେଣୁ ବିନା ସି.ସି.ଟିଭିରେ ପରୀକ୍ଷା ପରିଚାଳନା ହେଉଥିବାରୁ କର୍ତ୍ତୃପକ୍ଷଙ୍କ ମନ୍ଦ ଉଦେଶ୍ୟ ବାରି ହୋଇ ପଡୁଛି। କାହା ସାହସରେ କର୍ତ୍ତୃପକ୍ଷ ଏଭଳି ଆଇନକୁ ଉଲ୍ଲଙ୍ଘନ କରୁଛନ୍ତି ତାହା ବାସ୍ତବିକ ତଦନ୍ତ ସାପେକ୍ଷ। ଜଣେ ପୁରାତନ ଛାତ୍ର ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଏହି ମହାବିଦ୍ୟାଳୟରେ ସରକାରୀ ନୀତିନିୟମ ପାଳନ କରାଯାଉନାହିଁ। ଫଳରେ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିବ। ଏହା ଦ୍ୱାରା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ବଦନାମ ମୁଣ୍ଡାଇବ। ସରକାର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଯାହା ଚିନ୍ତା କରୁଛନ୍ତି ତାହା କାର୍ଯ୍ୟକାରୀ ହେବାରେ ଅନ୍ତରାୟ ସୃଷ୍ଟିହେବ। ଉଦାହରଣ ଭାବେ ଯେପରି କୈାଣସି ମହାବିଦ୍ୟାଳୟର କର୍ତ୍ତୃପକ୍ଷ ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ କପି ଯୋଗାନ୍ତି ଓ ଏହା ଧରାପଡିଲେ ସଂପୃକ୍ତ ପରୀକ୍ଷା କେନ୍ଦ୍ର (ସ୍କ୍ରାଚ) ବା ବାତିଲ ହୋଇଯାଏ। ପରବର୍ତ୍ତୀ ସମୟରେ ସେହି କେନ୍ଦ୍ରରେ ଆଉ ପରୀକ୍ଷା ହେବାର ସମ୍ଭାବନା ନଥାଏ ଠିକ ସେହିପରି କେନ୍ଦ୍ରାପଡା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସନ୍ଦେହପୂର୍ଣ୍ଣ ମନୋଭାବ ଏଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ଅନ୍ତରାୟ ସୃଷ୍ଟିହେବ। ତେଣୁ କର୍ତ୍ତୃପକ୍ଷ ନିଜର କୁତ୍ସିତ ମନୋଭାବକୁ ଚରିତାର୍ଥ କରିବାକୁ ଯାଇ ଭବିଷ୍ୟତରେ ଶିକ୍ଷା ବ୍ୟବସ୍ଥାରେ ହେବାକୁ ଥିବା ଉନ୍ନତିରେ ବାଧାସୃଷ୍ଟି ନକରନ୍ତୁ ବୋଲି ସଂପୃକ୍ତ ଛାତ୍ର ଜଣଙ୍କ କହିଛନ୍ତି। ଏନେଇ କେତେକ ପୁରାତନ ଛାତ୍ର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ପାଖରେ ଅଭିଯୋଗ କରିଛନ୍ତି। ମହାବିଦ୍ୟାଳୟର ୧୭ଟି ହଲରେ ଫେବୃୟାରୀମାସ ୧୮ତାରିଖରୁ ଚାଲିଥିବା ପରୀକ୍ଷା ସମୟର ଫୁଟେଜକୁ ଯାଞ୍ଚ କରାଯିବାକୁ ଦାବି ହୋଇଛି। ଏହି ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ