ଅବସର କାଳୀନ ସମ୍ବର୍ଦ୍ଧନା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ମହିଳା ବିଦ୍ୟାଳୟରେ ୧୯୮୩ ମସିହାରେ ଯୋଗ ଦେଇଥିବା ମୁଖ୍ୟ କିରାଣୀ ଆରତୀ ପଟ୍ଟନାୟକ ଆଜି ୩୦/୦୯/୨୦୨୦ ରେ ଅବସର ଗ୍ରହଣ କରିଛନ୍ତି | ଅଧକ୍ଷ ଡ.ପ୍ରଦୀପ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକକୁ ଆବାହକ ବିଜୟ କୁମାର ରାମ ପରିଚାଳନା କରିଥିଲେ | ଅଧ୍ୟାପିକା ମନିକା ଦାସ ସ୍ୱାଗତ ସମ୍ଭାଷଣ ଉପସ୍ଥାପନା କରିଥିଲେ | ଅଧକ୍ଷ ଶ୍ରୀ ମିଶ୍ର ଆରତୀ ପଟ୍ଟନାୟକଙ୍କୁ ସମସ୍ତ କର୍ମଚାରି ତରଫରୁ ଫୁଲ ତୋଡ଼ା ଦେଇ ଅଭିନନ୍ଦନ ଜଣାଇଛନ୍ତି | ଆରତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କଲେଜ ତରଫରୁ ମିଳିଥିବା ସହଯୋଗ ପାଇଁ ସମସ୍ତ କର୍ମଚାରୀଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ | ରାଜଶ୍ରୀ ଦାସ, ରାଜୀବ ପାଲ,ତିଳତମ ଷଡ଼ଙ୍ଗୀ,ବବଲୁ କୁମ୍ଭକାର, ଶୁଭଦର୍ଶନୀ ମିଶ୍ର, ମହେନ୍ଦ୍ର ସାହୁ ସମସ୍ତେ ମିଶି ନିଜ ନିଜର ବକ୍ତବ୍ୟ ଦେଇଥିଲେ ମଦନ ,ସାଲୁ, ମାୟା, କୁନି, ସହଯୋଗ କରିଥିଲେ | ସଭା ଶେଷରେ ଅଧ୍ୟାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ |