ୟୁରିଆ ସାର ର ଘୋର ଅଭାବ ଚିନ୍ତାରେ ଚାଷୀ
ତିର୍ତୋଲ, (ଅଭିଷେକ ତ୍ରିପାଠୀ ) : ତିର୍ତୋଲ ବ୍ଲକ ଅଞ୍ଚଳରେ ସାର ର କୁତ୍ରିମ ଅଭାବକୁ ନେଇ ସମସ୍ୟାରେ ଚାଷୀ l ଅଳ୍ପ ଦିନ ତଳେ ଧାନ ଜମି ଗୁଡିକ ଜଳ ମଗ୍ନ ହୋଇ ଅଧକୁ ଅଧ ଚାଷ ଜମି ନଷ୍ଟ ହୋଇଯାଇଛି l ଆଉ ଯାହା କିଛି ବଞ୍ଚି ରହିଛି ତାହାକୁ କିଭଳି ସାର ଔଷଧ ପକାଇ ଭଲ ଫସଲ ଉପୁଯାଇପାରିବ ସେ ଚିନ୍ତାରେ ଚାଷୀ l କିନ୍ତୁ ବିଡମ୍ବନା ର ବିଷୟ ଏହା ଯେ ବର୍ତମାନ ସାର ଅଭାବର ଉତ୍କଟ ପରିସ୍ଥିତି ସୃଷ୍ଟିହୋଇଛି , ଯାହାକି ଚାଷୀକୁ ବେଡି ଉପରେ କୋରଡା ମାଡ ସଦୃଶ ହେଉଛି l ବଡ କଥା ହେଉଛି ଲାଇସେନ୍ସ ପ୍ରାପ୍ତ ଡ଼ିଲର ଙ୍କ ପାଖରେ ୟୁରିଆ ସାର ନାହିଁ , କିଛି ଅସାଧୁ ବ୍ୟବସାୟୀ ଜାଣି ଶୁଣି ସାର ର କଳାବଜାରୀ କରି ଚଢା ଦର ରେ ବିକ୍ରି କରୁଛନ୍ତି l ତିର୍ତୋଲ ବ୍ଲକ ର ୧୬ ଟି ସମବାୟ ଅଫିସ କୁ ଚାଷୀମାନେ ଯାଇ ୟୁରିଆ ସାର ନପାଇ ଫେରୁଛନ୍ତି l କିନ୍ତୁ ବଡ ପରିତାପର ବିଷୟ ଯେ ଯେଉଁ ମାନେ ସରକାରଙ୍କ ଠାରୁ ଲାଇସେନ୍ସ ଆଣି ସାର ବିକ୍ରି କରୁଛନ୍ତି , ସେମାନଙ୍କୁ ୟୁରିଆ ସାର ମାଗିଲେ ସେ ତାଙ୍କୁ କହୁଛନ୍ତି ଯେ , “ତମେ ଆଗ ଅନ୍ୟ ସାର ନିୟ ତାହା ଅନୁଯାଇ ତମକୁ ୟୁରିଆ ସାର ଦିଆଯିବ ” l ଏହି ଘଟଣାକୁ ଭିତିକରି ତିର୍ତୋଲ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୮.୦୯.୨୦୨୦ ତାରିଖ ଦିନ ଏକ ଅଭିଯୋଗ ପତ୍ର ତିର୍ତୋଲ କୃଷି ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ଏଥିରେ ସଂଗଠନର ମୁଖ୍ୟ ଉପଦେଷ୍ଟା ନିତ୍ୟାନନ୍ଦ ସାହୁ , ପ୍ରଫୁଲ୍ଲ ରାଉତ , ଅଶୋକ ବାରିକ , ରଞ୍ଜନ ବିଶ୍ୱାଳ , ସଞ୍ଜୟ ନାୟକ , ସନ୍ତୋଷ ନାଥଶର୍ମା , ମଙ୍ଗୁଳି ଚରଣ ରାଉତରାୟ ଆଦି ଅନେକ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ l ତେବେ ଏଠି ପ୍ରଶ୍ନ ଉଠୁଛି ତିର୍ତୋଲ ଅଞ୍ଚଳରେ ସାର ଦଲାଲ ସକ୍ରିୟ ଥିଲା ବେଳେ ଜିଲ୍ଲା ପ୍ରଶାସନ ସୋଇଛି କଣ ପାଇଁ ? ଏସବୁ ଘଟଣା ଜିଲ୍ଲା ଯୋଗାଣ ବିଭାଗର ନିଶ ତଳେ ଚାଲୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି କଣ ପାଇଁ ? ଏଥିପ୍ରତି ଦାଇ କିଏ ? ଜିଲ୍ଲା ଯୋଗାଣ ବିଭାଗ ନା ରାଜ୍ୟ ସରକାର l ବର୍ତମାନ ଏଥିପ୍ରତି ଖୋଦ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l


