ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ଗୁଣ୍ଟୁୱାରୀ ସାହିର ବାସିନ୍ଦା ତଥା ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ମୃତକ ଜଣକହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ରୀନିବାସ ପଣ୍ଡା ସେ ହଠାତ ଆଜି ସକାଳେ ଛାତିରେ ଜନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ତାଙ୍କ ମୃତ ଶରୀର ନିକଟରେ ତାଙ୍କର ପରିବାର ବର୍ଗ ଉପସ୍ଥିତଥିଲେ । ତାଙ୍କର ଶେଷକୃତ୍ୟ ସମ୍ପନ୍ନ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରତନୟା କୂଳରେଥିବା ଶ୍ମଶାନରେ ହୋଇଥିଲା । ତାଙ୍କର ଶେଷକୃତ୍ୟ ସମୟରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଏସ୍.ୟୁ.ଜେ.) ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମବେଦନା ଜ୍ଞାପନ କରିଥିଲେ ।


