ଅବହେଳିତ ଗଞ୍ଜାମର ବିକାଶ ପ୍ରଥମ ଦାୟିତ୍ୱ- ଭୃଗୁ ବକ୍ସି ପାତ୍ର
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ବିଜେପିର ଷ୍ଟାର ପ୍ରଚାର । ସେହି କ୍ରମରେ ଗତକାଲି ବ୍ରହ୍ମପୁର ସହରର ଆମ୍ବପୁଆ ନିକଟ ବିବେକ ବିହାର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ୨୦ହଜାରରୁ ଉର୍ଦ୍ଦ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ଯୋଗୀ ଆଦିତ୍ୟ ନାଥ ।ଏହି ସମାବେଶରେ ବ୍ରହ୍ମପୁର ସାଂସଦ ପାର୍ଥୀ ଭୃଗୁ ବକ୍ସି ପାତ୍ର ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଥିଲେ ଯେ, ଦେଶରେ ନରେନ୍ଦ୍ର ମୋଦୀ ବିକାଶର ଧାରାକୁ ତ୍ୱରାନ୍ୱିତ କରୁଥିବା ବେଳେ ସେହିଭଳି ଭାବେ ଆଖି ଦୃଷ୍ଟିଆ ବିକାଶ ଓଡିଶାରେ ହୋଇନାହିଁ । ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ବାସୀଙ୍କ ସମେତ ସମସ୍ତ ବିଧାୟକ ଓ ସାଂସଦ ବିଜେଡିର ହୋଇ ସୁଦ୍ଧା ଗଞ୍ଜାମ ଜିଲ୍ଲା ବିକାଶର ବହୁ ପଛରେ । ଓଡିଶାର ଜନସାଧାରଣ ନିଷ୍ପତ୍ତି ନେଇସାରିଲେଣି ରାଜ୍ୟରେ ବିଜେଡି ସରକାର ପରିବର୍ତ୍ତନ ନିଶ୍ଟିତ । ଏବେବି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଘଟିବାକୁ ଯଆଉଛନ୍ତି । ଏବେବି ବିଜେଡି ସରକାର ଯୁବକ ମାନଙ୍କୁ କର୍ମ ଯଂସ୍ଥାନ ଯୋଗାଇବାରେ୍ ବିଫଳ ହୋଇଛି ଯାହାଫଳରେ ରାଜ୍ୟରେ ବେକାରୀ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି । ଏହା ସହିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ କୁ କେନ୍ଦ୍ର ସରକାର ସ୍ୱିକୃତି ଦେଲେ ମଧ୍ୟ ରାଜ୍ୟସରକାର ଏହାକୁ ବାସ୍ତବ ରୁପ ଦେଇପାରି ନାହାନ୍ତି । , ଗୋପାଳପିରରେ ଦ୍ୱିତୀୟ ରେଳ ର୍ପ୍ରସ୍ତୁତ କରିଥିଲା କିନ୍ତୁ ରାଜ୍୍ୟ ସରକାର ଜମି ଅଧିଗ୍ରହଣ କଲେ ନାହିଁ । ବ୍ରହ୍ମପୁର ବାସୀ ଏବେବି ମୌଳିକ ସୁବିଧା ପଇବାରୁ ବଞ୍ଚିତ । ବ୍ରହ୍ମପୁର ବାସୀଙ୍କୁ ଟ୍ୟାଙ୍କ ସାହାଯ୍ୟରେ ପାଣି ଯୋଗାଇ ଦିଆଯାଉଛି । ବ୍ରହ୍ମପୁର ଗୋପଳପୁର ଛତ୍ତତ୍ରପୁର କୁ ନେଇ ଗ୍ରେଟର ବ୍ରହ୍ମପୁର ବାସ୍ତବ ରୁପ ନେଇପାରିନି । ଚିଟ ଫଣ୍ଡ ଲଟ୍ରାର ସରକାର ଭୂ୍ଷ୍ଟାସାର ଶାସନକୁ ପରିବର୍ତନର ସମୟ ଆସିଛି । ଚିଟ ଫଣ୍ ଟଙ୍କା ଫେରସ୍ତ କରାଯିବ । ଦୀର୍ଘ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଥିଲେ ମଧ୍ୟେ ପରିବର୍ତ୍ତନର ସମୟ ଆସ,ିଛି ବେଲି କହିଥିଲେ ।