ଅବାଧ ଦେଶି ମଦ ଧରାଇଲେ ମହିଳା
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଲାକଡାଉନ ରେ ରାଜ୍ୟରେ ବିଦେଶୀ ଦେଶି ମଦ ଦୋକାନ ବନ୍ଦ ରହିଥିବା ସୁଯୋଗ ନେଇ ମଦ ମାଫିଆ ମାନେ ସକ୍ରିୟ ହୋଇ ଅବାଧ ରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଖାଲିଅଭଟା ଗ୍ରାମର ଜଣେ ବ୍ୟକ୍ତି ଙ୍କୁ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ ରେ ଥାନା ରେ ଅଟକ ରଖାଯାଇଛି ଅଟକ ବ୍ୟକ୍ତି ଖଲିଆଭଟା ମହିଳା ସରପଞ୍ଚ ଙ୍କ ଦେଢଶୁର ବୋଲି ଜଣାପଡିଛି ଗତକାଲି ସନ୍ଧ୍ୟାରେ ସେହି ବ୍ୟକ୍ତି ଜଣକ ଗାଁ ରେ ଦେଶି ମଦ ଆଣି ବିକ୍ରି କରୁଥିବା ଖବର ପାଇ ଗାଁ ର ମହିଳା ମାନେ ତାଙ୍କୁ କାବୁ କରି ଜୟପାଟଣା ପୋଲିସ କୁ ଡାକି ହସ୍ତାନ୍ତର କରିଥିଲେ ପୋଲିସ ମଦ ସହ ବ୍ୟକ୍ତି ଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି


