ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ କେହି ଯେମିତି ଅପାଠୁଆନରହିବେ ସେଥିପ୍ରତି ସରକାର ଯତ୍ନବାନ ହୋଇ ବହୁ ଯୋଜନା ମାନ କରି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ ନାରାବାଜିଦେଇ ଶିକ୍ଷାର ମାନ ବଢାଇଛନ୍ତି ଓ ସମସ୍ତ ବିଦ୍ୟାଳୟର ଭିତିଭୁମି ବିକାଶ କରିଛନ୍ତି । କିନ୍ତୁ ବାଲିଗୁଡା ଉପଖଣ୍ଡରେ ବହୁ ବିଦ୍ୟାଳୟ ଅବହେଳିତ ହୋଇପଡିରହିଛି । ଶିକ୍ଷା ଅଧିକାରୀ ମାନଙ୍କ ଖାମଖିଆଲି ନିତି ଯୋଗୁଁ ବହୁ କୋମଳମତି ଛାତ୍ରଛାତ୍ରୀ ମାନେ ଶିକ୍ଷାର ବହୁ ଯୋଜନାରୁ ଦୁରରେ ରହିଛନ୍ତି । ଏପରି ଏକ ବିଦ୍ୟାଳୟ ଦେଖିବା ମିଳିଛି ବାଲିଗୁଡାବ୍ଲକର ମିଡିଆକିଆ ପଂଚାୟତର ସେନାପଡି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ସେନାପଡିି । ଏହି ବିଦ୍ୟାଳୟଟି ସଂପୁର୍ଣ୍ଣ ଭାବରେ ଅବ୍ୟବସ୍ଥାରେ ଚାଲିଛି । କେବଳ ବିଦ୍ୟାଳୟ ରହିଛି ଆଉ କିଛି ନାହିଁ । ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛନ୍ତି ଓ ଏଥିରେ ୨୧ ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି । ପାଂଚଟି ଶ୍ରେଣୀର ପିଲା ଗୋଟିଏ ଶ୍ରେଣୀରେ ବସି ପାଠପଢୁଛନ୍ତି । ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ଗୃହ ରହିଅଛି ଗୋଟିଏ ଗୃହର ଅବସ୍ଥା ଶୋଚନୀୟ ହୋଇଥିବାରୁ ସେଠି ପିଲାଙ୍କୁ ବସାଇ ପାଠପଢାଇବା ବିପଦପୁର୍ଣ୍ଣ ।ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୁଇବର୍ଷ ହେବ ବିଦ୍ୟାଳୟରେ ପୋଷାକ ପାଇନାହାନ୍ତି ।ମଧ୍ୟାହ୍ନ ଭୋଜନନିମନ୍ତେ ଚାଉଳ ବ୍ୟତିତ ଆଉ କିଛି ରୋଷେୟୀ ସାମଗ୍ରୀ ମିଳୁନାହ ଏହିଁ,ଅନ୍ୟ ସାମଗ୍ରୀ ଯଥା ଡାଲି,ତେଲ,ସୋୟାବିନ ବଢୀ,ଅଣ୍ଡା,ମସଲାସରକ ଇତ୍ୟାଦି ପ୍ରଧାନଶିକ୍ଷକ ତାଙ୍କ ଦରମା ଟଙ୍କାର କିଣିଆଣି ମଧ୍ୟାହ୍ନ ଭୋଜନ ରୋଷେୟୀ କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି ।ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ରୋଷେୟାର ଦରମା ୮ମାସ ହେବ ମିଳିନାହିଁ । ରୋଷେୟୀ ଗୃହ ଭଗ୍ନ ଅବସ୍ତାରେ ପଡରହିଚି । ବିଦ୍ୟାଳୟରେ ନଳକୁପ ରହିଅଛି କିନ୍ତୁ ପାଣି ବାହାରୁନି । ମଧ୍ୟାହ୍ନ ଭୋଜନ ସହ ଅନ୍ୟ କାର୍ଯ୍ୟ ପାଇଁ ନିକଟସ୍ଥ ନାଳରୁ ପାଣି ଆଣି ରୋଷେୟୀ ସହ ଅନ୍ୟ କାମ କରାହେଉଛି । ବିଦ୍ୟାଳୟରେ ଶୌଚାଳୟ ଘର ତିଆରି ହୋଇଛି କିନ୍ତୁ ପାଇଖାନା ଟାଙ୍କିି କରାଯାଇନଥିବାରୁ ତାହା କାମରେ ଆସୁନି ଉଭୟ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପରିଶ୍ରା ତଥା ଅନ୍ୟ ପାଇଁ ବାହାରକୁ ଯାଉଛନ୍ତି । ପାଣିର ଅଭାବ ତଥାପି ପାଣିଟାଙ୍କି ଓ ଟେପ କନେକସନ ହୋଇଛି କିନ୍ତୁ ତାହା ଅଚଳ ହୋଇପଡିରହିଛି କାରଣ ବିଦ୍ୟାଳୟକୁ ବିଜୁଳି ଯାଇନାହିଁ ।ସୁଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ କମ ଥିବା ନେଇ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା ୨୦୨୦ ନଭେମ୍ବର ମାସରେ ତାପରେ ଅଭିଭାବକ ଓ ଗ୍ରାମବାସୀ ମାନେ ଦାବୀ କରିବା ସହ ଅବଷ୍ୟକତା ଠାରୁ ଅଧିକ ପିଲା ଥିବା କାରଣରୁ ଏହି ବିଦ୍ୟାଳୟ ପୁଣି ୨୦୨୧ ଜୁନ ମାସରେ ନିଜ ବିଦ୍ୟାଳୟକୁ ଫେରିଲା ଓ ବିଦ୍ୟାଳୟ ସେବେଠୁ ପୁଣି ଆରମ୍ଭ ହୋଇଛି କିନ୍ତୁ ତାପରଠାରୁ ସମସ୍ତ ଅନୁଦାନ ଆସୁନାହି ,ଯାହାକି ଛାତ୍ରଛାତ୍ରୀ ମାନେ ପାଇବା କଥା ଯଥା ମଧ୍ୟାହ୍ନ ଭୋଜନ ଓ ପିଲାଙ୍କୁ ପୋଷାକ ଓ ଆଉ ଅଲଗା ସାମଗ୍ରୀ ବିଦ୍ୟାଳୟକୁ ଆସୁନାହିଁ । ଏହି ବାବଦରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗପତୀ ସେଠୀ କହିଛନ୍ତି ଆମ ବିଦ୍ୟାଳୟକୁ ଅନୁଦାନ ଆୁନାହିଁ ,ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚାଉଳ ବ୍ୟତିତ ଆଉ କିଛି ମିଳୁନି ,ଚାଉଳ ବି ବିଦ୍ୟାଳୟରେ ନଦେଇ ଅନ୍ୟ ଏକ ସ୍ଥାନରେ ଦିଆଯାଉଛି ସେଠୁ ଆମେ ନିଜେ ଆଣିବାକୁ ପଡୁଛି,ପିଲାଙ୍କୁ ପୋଷାକ ମିଳୁନାହିଁ ଓ ବିଦ୍ୟାଳୟ ପରିସରରେ ପାଣି,ବିଜୁଳି ନାହିଁ ଓଶ୍ରେଣୀଗୃହ ଅଭାବ ଯୋଗୁଁ ଗୋଇଟିଏ ୍େ‌ଶ୍ରଣୀରେ ପିଲାଙ୍କୁ ପାଠପଢାହେଉଚି ଏହି ବାବଦରେ ଉଚସ୍ଥ ଅଧିକାରୀଙ୍କୁ ବହୁବାର ଜଣାଇଚୁ ବୋଲି କହିଛନ୍ତି । ଅଭିଭାବକ ମହଲରେ ଦାବି ହେଉଛି ଯେ ପ୍ରାନ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟିଦେଇ ବିଦ୍ୟାଳୟର ବିତିଭୁମୁ ଉନ୍ନତି କରିବା ସହ ପିଲାଙ୍କୁ ମିଲିତିବା ସମଗ୍ରୀ ଠିକ ଭାବରେ ଦିଆଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ