ଅବ୍ୟବହୃତ ୨ଟି ୧୦୮ଆମ୍ବୁଲାନ୍ସ ଆରଏମସି ପରିସରରେ ପଡ଼ି ଖତ ଖାଉଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦୂର୍ଘଟଣାରେ ଆହତ ବ୍ୟକ୍ତି ଓ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣାରେ ଡ଼ାକ୍ତରଖାନାରେ ଭର୍ତି କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଗତ ମାର୍ଚ୍ଚ ୨୦୧୩ରେ ଓଡ଼ିଶା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକକୁ ଗତ ମେ ୨୦୧୩ରେ ୨ଟି ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ଜେ ୩୩୧୭ ଓ ଓଡ଼ି୦୨ଜେ ୪୪୩୭) ଯୋଗାଇ ଦିଆଯାଇଥିଲା । ଭୂବନେଶ୍ୱର ଜିକିତ୍ସା ହେଲଥ୍ କେର୍ ଏହାର ଦାୟିତ୍ୱ ବହନ କରିଥିଲେ । ଦୀର୍ଘ ୬ବର୍ଷ ଆମ୍ବୁଲାନ୍ସ ୨ଟି କାର୍ଯ୍ୟକ୍ଷମ ହେବା ପରେ ଆମ୍ବୁଲାନ୍ସ ୨ଟି ନଷ୍ଟ ହୋଇ ପଡ଼ିଥିଲଶ । ପରେ ୨୦୨୦ ମସିହା ଆରମ୍ଭ ସମୟରେ ସଂପୃକ୍ତ ଆମ୍ବୁଲାନ୍ସକୁ ହିଞ୍ଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ରଖାଯାଇ ୨ଟି ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ଦୀର୍ଘ ୧ବର୍ଷ ଧରି ସଂପୃକ୍ତ ଆମ୍ବୁଲାନ୍ସ ୨ଟି ସ୍ଥାନୀୟ ପୌରାଂଚଳ ୍ରଆରଏମସି ପରିସରରେ ପଡ଼ି ରହି ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଲାଣି ।ହିଞ୍ଜିଳିକାଟୁ ଓ ଏହାର ନିକଟବର୍ତି ଅଂଚଳରେ ଘଟୁଥିବା ଦୂର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କୁ ବିନା ମୂଲ୍ୟରେ ଜରୁରୀକାଳୀନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅତ୍ୟାଧୁନିକ ସେବା ପ୍ରଦାନକାରୀ ୨ଟି ୧୦୮ ଆମ୍ବୁଲାନ୍ସକୁ ହିଞ୍ଜିଳିକାଟୁ ସହରକୁ ଯୋଗାଇ ଦିଆଯାଇଥିଲା ।୨୦୨୦ ମସିହା ଆରମ୍ଭ ବେଳକୁ କୌଣସି କାରଣ ବଶତଃ ସ୍ଥାନୀୟ ସହରକୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ ଦ୍ୱୟ ଯାନ୍ତ୍ରିକ ତୃଟି କାରଣରୁ ବନ୍ଦ କରି ସେହି ସ୍ଥାନରେ ୨ଟଠି ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଉପରେ ସ୍ଥାନୀୟ ପୌରାଂଚଳ ଓ ବ୍ଳକ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ଚିକିତ୍ସା ସେବା ପାଇଁ ନିର୍ଭର କରିଥାନ୍ତି । ଉକ୍ତ ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ୪ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ସକାଶେ ଆସିଥାନ୍ତି । ବହୁ ସମୟରେ ଗୁରୁତର ରୋଗୀ ମାନଙ୍କୁ ଅଧିକ ଚିକିିତ୍ସା ସକାଶେ ବ୍ରହ୍ମପୁର ଓ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବାର ନଜିର ରହିଛି । ଏପରିକି ବହୁ ସମୟରେ ବହୁ ଗରୀବ ରୋଗୀ ଅଧିକ ଚିକିତ୍ସା ସେବା ସକାଶେ ବ୍ରହ୍ମପୁର ଓ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଥିବା ବେଳେ ମାଗଣା ଆମ୍ବୁଲାନ୍ସ ପାଇନପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ଏପରି ସ୍ଥଳେ ସ୍ଥାନୀୟ ସହର ଆରଏମସି ପରିସରରେ ପଡ଼ି ରହିଥିବା ୨ଟି ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ କରାଗଲେ ବହୁ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ୧୦୮ ଆମ୍ବୁଲାନ୍ସ ଦାୟିତ୍ୱ ବହନ କରୁଥିବା ଜିକିତ୍ସା ହେଲଥକ କେର୍ ପରିଚାଳନା ନିର୍ଦ୍ଦେଶକ ଦୀପକ ଶ୍ରୀବାସ୍ତବଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ