ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିଲା ବିଦ୍ୟାଳୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବା ଯୋଗୁଁ ଗତ ୧୭ ମାର୍ଚ୍ଚ ୨୦୨୦ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଦୀର୍ଘ ୯ମାସର ବ୍ୟବଧାନ ପରେ ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ କେବଳ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ସକାଶେ ବିଦ୍ୟାଳୟରେ ପାଠପଢା ଆରମ୍ଭ କରାଯାଇଛି । କୋଭିଡ଼-୧୯ର ସମସ୍ତ ଗାଇଡ଼ ଲାଇନ ପାଳନ କରି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଶୁକ୍ରବାର ଠାରୁ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯାଇଛି । ଶିକ୍ଷାର୍ଥୀ ମାନେ ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର ବ୍ୟବହାର ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଶ୍ରେଣୀକକ୍ଷରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ଶିକ୍ଷ।।ଦାନ ଆରମ୍ଭ କରାଯାଇଥିଲା । ମଧ୍ୟାନ୍ନ ଭୋଜନ ସମୟରେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ସାଙ୍ଗରେ ଆଣିଥିବା ଟିଫିନ ବକ୍ସରୁ ନିଜେ ଭୋଜନ କରିବା ଏବଂ ଅନ୍ୟ ବନ୍ଧୁ ମାନଙ୍କୁ ପ୍ରଦାନ ନକରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରଥମ ଦିବସରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟରେ ପ୍ରବେଶ କରିବା ପରେ ବହୁତ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଦିବସରେ ସଂପୃକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀର ୩୦୯ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ ଏବଂ ସ୍ଥାନୀୟ ପୌରାଂଚଳ ସରକାରୀ ଏନଏଓି ଉଚ୍ଚ ବିଦ୍ୟାଳୟରେ ୫୦ରୁ ୪୦ଜଣ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ୨୩ଟି ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପ୍ରବେଶ ଉତ୍ସବ ପାଳନ କରାଯିବା ସହ କୋଭିଡ଼-୧୯ ଗାଇଡ଼ ଲାଇନକୁ ପାଳନ କରି ଶିକ୍ଷାଦାନ ଆରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ