ଅଭିନବ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ

ମାଲକାନଗିରି (ଯୁଗାବ୍ଦ ନ୍ୟୁଜ)ପ୍ରଶାସନ ଠାରୁ ନିରାଶ ହେବା ପରେ ଧାନ ବିଲ ପରିବର୍ତ୍ତେ କାଦୁଅ ରାସ୍ତାରେ ଧାନ ରୋଇଛନ୍ତି ଛାତ୍ରଛାତ୍ରୀ । ଏହିଭଳି ଏକ ଅଭାବନୀ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରାପୁଟ ବ୍ଲକର ମାଡକାପଦର ଗାଁରେ । ଏହି ଅଞ୍ଚଳର ଅଧିବାସୀମାନେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ କିନ୍ତୁ ଦୀର୍ଘ ଦିନ ଧରି କେହି ସରକାରୀ ଅଧିକାରୀ ସେମାନଙ୍କର କଥାକୁ କର୍ଣ୍ଣପାତ କରିନଥିଲେ । ସେମାନଙ୍କର ଅଭିଯୋଗ ଥିଲା ଯେ, ଦୀର୍ଘ ଦିନ ହେବ କାଦୁଅ ରାସ୍ତା ଦେଇ ପ୍ରତିଦିନ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି ।ତେବେ ବର୍ଷା ଦିନରେ ରାସ୍ତାର ପରିସ୍ଥିତି ଲୋକଙ୍କ ସମସ୍ୟାକୁ ବଢାଇଦେଇଛି । ଏପରି ସ୍ଥଳେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଏହି ରାସ୍ତଦେଇ ଯାତାୟତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ