ଅଭିନଵ ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ର ଆଗଧାଡିର ସମାଜସେବା ସଂଗଠନ ପିପୁଲସ ଡେଭଲପମେଣ୍ଟ କାଉନସିଲ ର ଅଧକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ସିନ୍ଧୁ ନିଜ ଜନ୍ମଦିନ କୁ ନିଆରା ଢଙ୍ଗ ରେ ପାଳନ କରିଛନ୍ତି l ଗତ କାଲି ତାଙ୍କ ଜନ୍ମଦିବସ ଅବସରରେ ସର୍ବପ୍ରଥମେ ମୟୂରଭଞ୍ଜ ର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଙ୍କ ଦର୍ଶନ, ପୂଜାର୍ଚନା କରି ଆଶୀର୍ବାଦ ନେବା ପରେ ମାଙ୍କ ପୂଜକ,ସେବାୟତ ଙ୍କୁ ନୂତନ ବସ୍ତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ତା ପରେ ମନ୍ଦିର ସମ୍ମୁଖ ରେ ନିରାଶ୍ରିତ ଅସହାୟ, ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ନୂତନ ବସ୍ତ୍ର, ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ଏବଂ ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ l ଉଲ୍ଲେଖ ଯୋଗ୍ୟ ଯେ ସମାଜସେବା ସଂଗଠନ ପିପୁଲସ ଡେଭଲପମେଣ୍ଟ କାଉନସିଲ ର ଅଧକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ସିନ୍ଧୁ ଙ୍କ ନେତୃତ୍ୱ ରେ ପଞ୍ଚାପିଢ଼ ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରେ ସଂଗଠନ ତରଫରୁ କୁସଂସ୍କାର, ଅନ୍ଧ ବିଶ୍ୱାସ ଦୂରୀକରଣପାଇଁ ସଚେତନତା କାର୍ଯ୍ୟ , ଅସହାୟ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଉପକରଣ ବଣ୍ଟନ ,ବିଭିନ୍ନ ସ୍ଥାନ ରେ ଜଳଛତ୍ର ସ୍ଥାପନ , ଦହିସରବତ ବଣ୍ଟନ ଆଦି କାର୍ଯ୍ୟ ଜାରି ରହିଛି l ତାଙ୍କ ଏଭଳି ନିଆରା ଜନ୍ମ ଦିନ ପାଳନ କୁ କିଚକେଶ୍ବରୀ ମନ୍ଦିର ପୂଜକ, ଅସହାୟ ମହିଳା, ନିରାଶ୍ରିତ ମାନେ ଧନ୍ୟବାଦ ଦେବା ସହିତ ତାଙ୍କ ଦୀର୍ଘଜୀବନ କାମନା କରି ଆଗକୁ ଏଭଳି ଜନସାଧାରଣ, ଅସହାୟ ଙ୍କ ସେବା କରିବାକୁ ଉତ୍ସାହିତ କରିଛନ୍ତି l ଶ୍ରୀମତୀ ସିନ୍ଧୁ ଙ୍କ ମହାନତା ପାଇଁ ଅଞ୍ଚଳ ରେ ପ୍ରଶଂସା ର ସୁଅ ଛୁଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ