ଅଭିନେତା ପାର୍ଥ ସମଥାନ କରୋନା ପଜିଟିଭ

ଟିଭିର ପ୍ରସିଦ୍ଧ ଅଭିନେତା ପାର୍ଥ ସମଥାନ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି। କରୋନା ଭାଇରସ କାରଣରୁ ନ୍ୟାସନାଲ ଲକଡାଉନ୍ ପରେ ମୁମ୍ବାଇରେ ଧିରେ ଧିରେ ଅନଲକ୍ କରାଯାଇଛି। କିଛି ସମୟ ପୂର୍ବରୁ ତାଙ୍କର ଶୋ’ ‘କସୌଟୀ ଜିନ୍ଦେଗୀ କି’ର ସୁଟିଂ ଆରମ୍ଭ ହୋଇଥିଲା। ଏହି ସୁଟିଂ କ୍ଲିକ୍ ନିକ୍ସନରେ ହେଉଥିଲା। ଏହାଛଡା ପାର୍ଥଙ୍କ ଆଉ ଏକ ଶୋ’ ପବିତ୍ର ଭାଗ୍ୟର ସୁଟିଂ ବନ୍ଦ ହୋଇଯାଇଛି। ଏହି ଦୁଇଟି ଶୋ’ର କ୍ରୁ ଓ ଆକ୍ଟରଙ୍କର କରୋନା ଟେଷ୍ଟିଂ ପାଇଁ ପଠାଇ ଦିଆଯାଇଥିଲା। କ୍ଲିନ୍ ନିକ୍ସନ୍ ଷ୍ଟୁଡିଓକୁ ସିଲ୍ କରିଦିଆଯାଇଥିଲା ଓ ଏହି ଷ୍ଟୁଡିଓକୁ ସିଲ୍ କରି ଦିଆଯାଇଥିଲା ଓ ଏହି ଷ୍ଟୁଡିଓରେ କସୌଟି ଜିନ୍ଦେଗୀ କେ ଓ ପବିତ୍ର ଭାଗ୍ୟ ବ୍ୟତୀତ ନାଗିନ୍, କୁଣ୍ଡଳୀ ଭାଗ୍ୟ, କୁମକୁମ୍ ଭାଗ୍ୟ ଭଳି ଶୋ’ର ସୁଟିଂ ମଧ୍ୟ ଏଠାରେ ହେଉଛି। ବାଲାଜୀ ଟେଲିଫିଲ୍ମସର ସମସ୍ତ ଶୋ’ର ସୁଟିଂକୁ ବନ୍ଦ କରି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ