ଅଭିନୟ ଉପାୟରେ ଲୁଟିଲେ ବିଦେଶୀ ଲୁଟେରା
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) ; ଗଂଜାମ ଜିଲ୍ଲା ଅଂଚଳରେ ବିଦେଶୀ ଲୁଟେରା ମାତିଛନ୍ତି । ଅଭିନବ ଉପାୟରେ ଖୁଚୁରା ମାଗିବା ବାହାନା ରେ ଆସି ମାଦକଦ୍ରବ୍ୟ ସ୍ପେ ରେ କରି ଦୋକାନର କେସ୍ କାଉଂଟରରେ ଥିବା ୭୨ହଜାର ଟଙ୍କା ଲୁଟିନେଲେ ବିଦେଶୀ ଲୁଟେରା ମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗଂଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ଥାନା ଇଲାକର କାଳିଆବାଲି ଛକ ନିକଟରେ ଥିବା ସିଦ୍ଧ ଭୈରବୀ ସିମେଟଂ ଦୋକାନକୁ ଗତକାଲି ଚାରିଜଣ ବିଦେଶୀ ମାନେ ଆସିଥିଲେ । ସେଠାରେ ବିଦେଶୀ ମାନେ ଦୋକାନ ମାଲିକ କିଶୋର ପାଣିଗ୍ରାହୀଙ୍କୁ ୨ହଜାର ଟଙ୍କାର ଖୁଚୁରା ମାଗିଥିଲେ । ଖୁଚୁରା ଦେବାବେଳେ ସେମାନେ କିଛି ମାଦକଦ୍ରବ୍ୟ ସ୍ପେ କରିଦେଲେ । ଦୋକାନ ମାଲିକଙ୍କ ସମେତ ସେଠାରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ମାନେ ମଧ୍ୟ ଏହି ସ୍ପେରେ ଶୀକାର ହୋଇ କିଛି ସମୟ ପାଇଁ ଅଜଣା ମଣିଷ ବା କୋମାରେ ରହିଲା ଭଳି ରହିଯାଇଥଲେ ।୧୫/୨୦ମିନିଟ୍ ପରେ ଦୋକାନ ମାଲିକ କିଶୋର ପାଣିଗ୍ରାହୀଙ୍କ ହୋସ ଆସିଥିଲା ।ଏହାପରେ ସେ ଦେଖିଲେ କେସ୍ କାଉଟଂରରେ ଥିବା ୭୨ହଜାର ଟଙ୍କା ନାହି ଏବଂ ୪ଜଣ ବିଦେଶୀ ମାନେ କୁଆଡେ ଚାଲିଯାଇଛନ୍ତି । ଦୋକାନ ମାଲିକ ସଂଗେ ସଂଗେ ଚମାଖଣ୍ଡି ପୁଲିସ ଥାନାକୁ ଯାଇ ଏସଂପର୍କରେ ଜଣାଇଲେ । ପୁଲିସ ପକ୍ଷରୁ ଚାରିଆଡେ ଖୋଜାଖୋଜି ଚଳାଇଲେ । ସେମାନଙ୍କ ଟେର ମିଳିଲା ନାହିଁ ।