“ଅଭିପ୍ସା ଓ ଅଭିଳାଷ” କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ର ନୃତ୍ୟମ ଅନୁଷ୍ଠାନର ଗୁରୁ ତଥା ଚଳଚ୍ଚିତ୍ର ନିର୍ଦ୍ଦଶକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ନିର୍ଦେଶୀତ ଦୁଇଟି ଫିଲ୍ମ୍ vocal for local festival 2020 ରେ ଶ୍ରେଷ୍ଠ ବିବେଚିତ ହୋଇଛି । ପ୍ରକାଶ ଥାଉକି କୋରୋନା ସଚେତନ ଧର୍ମି “ଅଭିଳାଷ” ଚଳଚ୍ଚିତ୍ର କୁ lock down ସମୟ ରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା । କିନ୍ତୁ ପୁଣି ଥରେ isha vision ର ସନ୍ନ୍ୟାସୀ ମହାରଣା ଙ୍କ ଦ୍ଵାରା ପ୍ରଯୋଜିତ ଓ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ଦ୍ଵାରା ନିର୍ଦ୍ଦେଶିତ ସଚେତନତା ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ” ଅଭିପ୍ସା ” କୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ Digital indian initiative festival 2020 ରେ ପ୍ରଦର୍ଶିତ ହୋଇ ଅଗଷ୍ଟ ୧୫ ତାରିଖ ଦିନ ଏହା ଶ୍ରେଷ୍ଠ ବିବେଚିତ ହୋଇଥିଲା । ପୁଣି ୨ଟି ଜାତୀୟ ସ୍ତରର ସମ୍ମାନ ଓ ଅଭିନେତା (T.Shivaji। Das ) ଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ଗଂଜାମ ମାଟି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ସ୍ୱାଧୀନତା ଦିବସ ଅବସରରେ ହିଞ୍ଜିଳିକାଟୁ ମାଟି ପାଇଁ ମିଳିଥିବା ଜାତୀୟ ସମ୍ମାନ ସମସ୍ତ ପ୍ରଯୋଜନା ,ନିର୍ଦ୍ଦେଶନା,କ୍ୟାମେରା ଓ ସହାୟକ ଟିମ୍ ର ମନ ଭିତରେ ନୂତନ ଶକ୍ତି ସଂଚାର କରିଛି । କ୍ଷୁଦ୍ର ଚଳଚିତ୍ର “ଅଭିପ୍ସା ” ର କୁନି କଳାକାର ଇ.ସଂଚିତା ପାତ୍ର ଓ ପ୍ରିତୀ ରଞ୍ଜନ ପ୍ରଧାନ ଙ୍କ ନିଖୁଣ ଅଭିନୟ ବିଚାରକ ମଣ୍ଡଳୀଙ୍କ ହୃଦୟ ସ୍ପର୍ଶୀ ହୋଇଛି । ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଟିମ୍ ଙ୍କ ଲଗାତାର ୨ଟି ସଫଳତା ପାଇଁ ପ୍ରଶଂସକ ମହଲ ତରଫରୁ ଅଭିନନ୍ଦନ ର ସୁଅ ଛୁଟିଛି । ଦୃଢ଼ ଅଧ୍ୟବସାୟ ଓ କଠିନ ପରିଶ୍ରମ ର ଫଳସ୍ୱରୂପ ଯୁବ ନିର୍ଦ୍ଦଶକ ଙ୍କୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି ।