ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବୈଠକ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା କୋଭିଡ କଟକଣା ସମୟରେ ବନ୍ଦ ରହିଥିବା ଅନେକ ବିଦ୍ୟାଳୟ ଗୁଡିକ ମଧ୍ୟରୁ କିଛି ବିଦ୍ୟାଳୟ ୧୦ମ ଓ ୯ମ ଶ୍ରେଣୀ ୧୦ ମାସ ପରେ ଖୋଲିଛି । ଏଥି ମଧ୍ୟରେ ୧୦ମ ଶ୍ରେଣୀ ପିଲାଙ୍କୁ ୧୦୦ ଦିନ ପାଠପଢା ଯିବ ଯାହାରି ଫଳରେ ପିଲାମାନେ ୧୦୦ ଦିନ ମଧ୍ୟରେ ଗୋଟିଏ ବର୍ଷର ପାଠପଢୀ ପରିକ୍ଷା ଦେବେ । ସେଥି ମଧ୍ୟରେ ବିଦ୍ୟାଳୟ ଖୋଲି ୩୦ ଦିନ ବର୍ତମାନ ସରି ଯାଇଛି ପାଠପଢା ବାକି ରହିଛି ୭୦ ଦିନ । ଏହି ୭୦ ଦିନ ମଧ୍ୟରେ ବାକି ରହିଥିବା ପାଠ ଗୁଡିକ ସମ୍ପୂର୍ଣ୍ଣ କରାଯିବ ଯେପରି ତାହା ନେଇ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ପ୍ରତ୍ୟେକ ବିଦ୍ୟାଳୟରେ ପିଣ୍ଡିକି କ୍ଳଷ୍ଟରରେ ଲିଲିଗଡଠାରେ ଥିବା ବିଦ୍ୟାଳୟରେ ସିଆରସି ଜୟମ୍ବର ନାୟକ ଉପସ୍ଥିତରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଭିଭାବକମାନଙ୍କୁ ଅନୁରୋଧ କରି ଯେପରି ଛାତ୍ରଛାତ୍ରୀମାନେ ୭୦ ଦିନ ଶାନ୍ତି ଶୃଙ୍ଖଳା ସହ ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରିବେ ତାହାରି ଉପରେ ଆଲୋଚନା କରିଥିଲେ । ଏଥି ମଧ୍ୟରେ ଅନେକ ବିଦ୍ୟାଳୟରେ ଆବଶ୍ୟକ ଥିବା ବିଜ୍ଞାନ, ହିନ୍ଦି, ଇଂରାଜୀ, ଗଣିତ ଆଦି ଆବଶ୍ୟକ ଶିକ୍ଷୟତ୍ରୀ ନଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ତାହାକୁ ପଢାଉଛନ୍ତି । ଏଥି ପ୍ରତି ସରକାରଙ୍କ ନଜର ପଡୁନି କି ୧୦୦ ଦିନ ଉପସ୍ଥିତ ରହିବା ଜାଗାରେ ଅନେକ ସମୟରେ କିଛି ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ଘରକୁ ଚାଲି ଯାଇଥାନ୍ତି । କାଗଜ କଲମରେ ଉପସ୍ଥିତ ଥିବା ଦର୍ଶା ଯାଉଛି ଏଥି ପ୍ରତି କେବେ ସରକାର ଓ ଜିଲ୍ଲା ପ୍ରଶାସନର ନଜର ପଡିବ ତାହା ଏବେ ଚା ଖଟିରେ ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ