ପଥର ସୌରାତ ନିଲାମ କୁ ବାତିଲ ପାଇଁ ତହସିଲଦାରଙ୍କୁ ସ୍ମାରକ ପତ୍ର 

ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ପଟିଗୁଡା ପଥର ସୌରାତ ପାଇଁ 5 ବର୍ଷ ପାଇଁ ନିଲାମ ବିଜ୍ଞତି ପ୍ରକାଶ ପାଇଥିଲା l ପଥର ସୌରାତକୁ ବାତିଲ କରିବାପାଇଁ ପଟିଗୁଡା ଗ୍ରାମର ଶତାଧିକ ଗ୍ରାମବାସୀ ଶୁକ୍ରବାର ଅପରାହ୍ନ ରେ ତହସିଲ କାଯ୍ୟଳୟରେ ପହଂଚି  ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ପୂର୍ବରୁ ପଟିଗୁଡା ପଥର ସୌରାତକୁ ବନ୍ଦ ପାଇଁ ବହୁବାର ତହସିଲ ଓ ଗଞ୍ଜାମ ଜିଲ୍ଲାପାଳ ଙ୍କୁ  ନିକଟରେ  ଦାବୀ ରଖିଥିଲେ ଏବଂ ପୋଡାମାରି ରାଜ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ l ପଥର ସୌରାତ ନିଲାମ ଦ୍ୱାରା ପଟିଗୁଡା ବଣ ଜଙ୍ଗଲ ଧ୍ବଂସ ହୋଇ ବିଭିନ୍ନ ପଶୁପକ୍ଷୀ ସଂପଦ ନଷ୍ଟ ହେଉଛି l ଜଙ୍ଗଲ ଅଞ୍ଚଳରେ ଗୋରୁ,  ଗାଈ, ଛେଳି, ମେଣ୍ଡା ଇତ୍ୟାଦି ଚରାଉଥିବା ବେଳେ ପଥର ଖଣ୍ଡ ବାଜି ଅନେକ ସମୟରେ ଆଘାତ ଲାଗୁଅଛି l ଉକ୍ତ ଖାଦନ ଯୋଗୁଁ ନିକଟସ୍ଥ ଚାଷ ଜମି ଉର୍ବରତା ହ୍ରାସ ପାଇବା ସହ ପରିବେଶ ଦୂଷିତ ହେଉଛି l ପଥର ବିସରଣ ଯୋଗୁଁ ପଥର ଖଣ୍ଡ ଉଡି ବିଭିନ୍ନ ପ୍ରକାର ଜମିର ଫସଲ ମଧ୍ୟ ନଷ୍ଟ ହେଉଥିବା ସ୍ମାରକ ପତ୍ର ରେ ଉଲେଖ କରିଛନ୍ତି l ଆଗାମୀ ଦିନରେ ଯଦି ପଥର ସୌରାତକୁ ନିଲାମ ବାତିଲ ନ କରାଯାଏ ତାହାହେଲେ କାଯ୍ୟଳୟ ସମୁଖରେ ଧାରଣା ଦେବୁ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଧାରଣା ଦେବା ପାଇଁ  ଚେତାବନୀ ଦେଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ