ଅଭିଯୋଗ ଆଣିଲେ ପିତାମ୍ବର

ଛତ୍ରପୁର : ହିଂଜିଳି ବିଧାନସଭା ଆସନ ପାଇଁ ନବୀନ ପଟ୍ଟନାୟକ(ବିଜେଡିଙ୍କ ସମେତ ୯ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଅନ୍ୟମାନେ ହେଲେ ଭାଜପା ର ପିତାମ୍ବର ଆଚାର୍ଯ୍ୟ,ବିଏସପିର ଭାସ୍କର ଚୈାଧୁରୀ,କଂଗ୍ରେସର ଶମ୍ଭୁନାଥ ପାଣିଗ୍ରାହୀ,ଏସୟୁସିଆଇ(ସି)ର ଡି.ତିରୁପତି ଦୋରା,ଆମ୍ବେଦକର ନ୍ୟାସନାଲ କଂଗ୍ରେସର ରଂଜନ କୁମାର ଆପଟ,ସ୍ୱାଧୀନ ଭାବେ ବାବୁଲା ସାହୁ ,ପି.ଲକ୍ଷ୍ମୀ ଆଚାରୀ, ଓ ସୁକାନ୍ତ କିଶୋର ପଣ୍ଡା । ଅପର ପକ୍ଷରେ ରାମକୃଷ୍ଣ ପଣ୍ଡାଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଯାଇଛି । ନବୀନ ତାଙ୍କ ଏଫିଡେଭିଟରେ ଠିକ ସ୍ଥାନରେ ଦସ୍ତଖତ କରିନଥିବା ଭାଜପା ଦଳର ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏଥିସହ କୋଇଲା ଦୁର୍ନୀତିମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଥିଲେ ଏସଂପର୍କରେ ନବୀନ ନିଜ ଏଫିଡେଭିଟରେ ଦର୍ଶାଇ ନାହାନ୍ତି ବୋଲି ବୁଧବାର ନାମାଙ୍କନ ପତ୍ର ଯାଂଚ ବେଳେ ଅଭିଯୋଗ କରି ପିତାମ୍ବର ଏକ ପିଟିସନ ରିଟର୍ଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ନାୟକଙ୍କ ଠାରେ ଦାଖଲ କରିଥିଲେ । ଅପର ପକ୍ଷରେ ଏହି ପିଟିସନ ଗ୍ରହଣ କରିବା ସହ କୋର୍ଟର ଆଶ୍ରୟ ନେବାକୁ ରିଟର୍ଣ୍ଣିଂ ଅଫିସର ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ