ଅଭିଶପ୍ତ ଜିବନ ବିତାଉଛନ୍ତି ଦମ୍ପତି
ଜୟପୁର,(ଓ୍ବାଇଏନ୍ଏସ୍): ପାଇଖାନା ଘରେ ଜିବନ ବିତାଉଛନ୍ତି ଦମ୍ପତି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ପାଇଖାନା ସାଜିଛି ଆଶ୍ରୟସ୍ଥଳୀ । ଦୀର୍ଘ ୧୦ ବର୍ଷ ତଳେ ଛାତଛପର ଘର ଟି କରିଥିଲେ ଗଣେଶ ମାଳି କିନ୍ତୁ ପ୍ରବଳ ବର୍ଷା ହେବାରୁ ଘର ମାଟି ରେ ମିଶିଗଲା । ଫଳରେ ଦୀର୍ଘ ୩ ବର୍ଷ ହେଲା ବାଧ୍ୟ ହୋଇ ପାଇଖାନା ରେ ରହିଆସୁଛନ୍ତି ଗଣେଶ ତାଙ୍କ ସ୍ତ୍ରୀ ଦୈଇମତି ମାଳୀ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ର ବଦଳୀଗୁଡା ଗ୍ରାମ ରୁ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ | ସରକାର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି ବିକାଶ ର ଡିମଡିମା ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା । ଘର ଖଣ୍ଡିଏ ନଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ଗଣେଶ ଅନେକ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ବିଜୁ ପକ୍କା ଯୋଜନା ରେ ନିଜକୁ ସାମିଲ କରିବାପାଇଁ ଅନେକ ଥର ଲେଖି ଦେଇଛନ୍ତି କିନ୍ତୁ କେହି ଶୁଣୁ ନାହାନ୍ତି ତାଙ୍କର ଗୁହାରି କେବଳ ଦସ୍ତାବିଜ ରେ ଅଟକି ଯାଇଛି ଯୋଜନା । ତେଣୁ ବାଧ୍ୟହୋଇ ସ୍ୱଛଭାରତ ଯୋଜନା ରେ ପାଇଥିବା ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ବାଧ୍ୟ ହୋଇଛନ୍ତି ଦମ୍ପତି, ଅଭାବି ଲୋକଙ୍କ ପାଇଁ ସରକାରୀ ଯୋଜନା ର ଅଭାବ ନାହିଁ ହେଲେ ଯୋଗ୍ୟ ହିତାଧିକାରୀ ଚୟନ ରେ ତ୍ରୁଟି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗଣେଶ ଏହି ଦମ୍ପତି ଙ୍କ କେହି ନଥିବାରୁ ଏବେ ଏହି ପାଇଖାନା ରେ ଦୁଇ ଦମ୍ପତି ରହିଆସୁଛନ୍ତି । ସରକାର ସହାୟତା କହିଲେ ଗଣେଶ ଙ୍କୁ ୫କେଜି ଚାଉଳ ମିଳୁଥିବା ବେଳେ ତାଙ୍କ ସ୍ରୀ କୁ ୫କେଜି ଚାଉଳ ମିଳୁ ନାହିଁ । ଦୁଇଜଣ ସକାଳୁ ପ୍ରତ୍ୟେକ ଦିନ ଜଙ୍ଗଲ କୁ ଯାଇ କାଠ କରଡ଼ି ସଂଗ୍ରହ କରି ତାକୁ ବିକ୍ରି କରିଥାନ୍ତି । ଯେଉଁ ଦିନ ଜଙ୍ଗଲ କୁ ଯାଇପାରନ୍ତି ନାହିଁ ସେ ଦିନ ଭୋକ ରେ ଶୋଇପଡନ୍ତି। ଏମିତି ଏକ ଅଭିଶପ୍ତ ଜୀବନ ବିତାଇବାରେ ଲାଗିଛନ୍ତି ଏହି ଦମ୍ପତି | ପ୍ରଶାସନ ଏହି ଦମ୍ପତି ଙ୍କ ଦୁଃଖକୁ ଅଣଦେଖା ନ କରି ଏମାନଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି |