କଟକରେ କାଳୀ ପୂଜା ପାଇଁ ଆରମ୍ଭ ହୋଇଗଲାଣି ଜୋରସୋର ପ୍ରସ୍ତୁତି
କଟକ, (ଓ୍ବାଇଏନଏସ): ପାଖେଇ ଆସିଲାଣି କାଳୀ ପୂଜା। ଆସନ୍ତା ୨୦ ତାରିଖରେ କାଳୀ ପୂଜା ପାଇଁ କଟକ ସହରରେ ଆରମ୍ଭ ହୋଇ ଗଲାଣି ଜୋରସୋର ପ୍ରସ୍ତୁତି। ସହରର ବିଭିନ୍ନ ପୂଜାମଣ୍ଡପରେ ଏବେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି କାରିଗର। ସେପଟେ ଦଶହରା ଭଷାଣୀ ଗଣ୍ଡଗୋଳ ଘଟଣା ପରେ କାଳୀ ପୂଜାକୁ ସୁରୁଖୁରୁରେ କରିବା ପାଇଁ ସାହିମୁରବି ଓ ଲୋକ ପ୍ରତିନିଧି ଶାନ୍ତି କମିଟି ଓ ପୂଜା କମିଟି ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏକ ବୈଠକ କରିବା ପାଇଁ ନିବେଦନ କରିଛନ୍ତି ପୂର୍ବା ଅଞ୍ଚଳ ଶାନ୍ତି କମିଟି ସମ୍ପାଦକ। କଟକରେ କାଳୀ ପୂଜା ପ୍ରସ୍ତୁତି ଯୋରସୋରରେ ଚାଲିଛି। ୨୦ ତାରିଖରେ କଟକର ବିଭିନ୍ନ ପୂଜା ମଣ୍ଡପ ରେ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏଥି ପାଇଁ ସହରର ପୂଜା ମଣ୍ଡପ ଗୁଡିକ ରେ କାରିଗର ଓ ତାଙ୍କର ସହଯୋଗୀମାନେ ମୂର୍ତ୍ତି ନିର୍ମାଣ ରେ ଲାଗିଛନ୍ତି। କେଉଁଠି ଏକ ମାଟିଆ କାମ ସରିବା ପରେ ଦୋମାଟିଆ କାମ ଚାଲିଛି ତ କେଉଁଠି ମୂର୍ତ୍ତିରେ ଖଡିଚଢା ଓ ରଙ୍ଗକାମ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସିଲଭର ସିଟିର ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରେ ଶ୍ୟାମାକାଳୀ ଲକ୍ଷ୍ମୀନାରାୟଣଙ୍କ ପୂଜା ଅନୁଷ୍ଠିତ ହେବ। ସେପଟେ ଆଲୋକର ପର୍ବ ଦୀପାବଳି ପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଦୀପ କାରିଗର। ଛୋଟ ରୁ ବଡ଼ ଭଳିକି ଭଳି ଦୀପ ପ୍ରସ୍ତୁତ କରୁଛନ୍ତି କାରିଗର। ୨ ଟଙ୍କା ରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଦୀପ ରହିଛି । ବଜ଼ାର ରେ ଫ୍ୟାନସି ଦୀପ ବିକ୍ରି ହେବା ଶ୍ୱେତେ ମାଟି ଦୀପ ର ଅଧିକ ଚାହିଦା ରହିଛି ବୋଲି କହିଛନ୍ତି ଦୀପ କାରିଗର। ଦଶହରା ଅଘଟଣ କୁ ଦୃଷ୍ଟି ରେ ରଖି କାଳୀ ପୂଜା ପାଇଁ କଟକ ସହର ରେ ଏବେ ଠାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି।କଟକରେ ଦୁର୍ଗାପୂଜା ଭସାଣି ଓ ଏହା ପରେ ହୋଇ ଥିବା ଗଣ୍ଡଗୋଳ ଯୋଗୁଁ ସୃଷ୍ଟି ହୋଇ ଥିବା ଅଶାନ୍ତି ଧୀରେ ଧୀରେ କରି ସୁଧୁରିବା ଆରମ୍ଭ କରିଛି। ଏହାରି ଭିତରେ କଟକରେ ଆୟୋଜିତ ହେବାକୁ ଯାଉଛି କାଳୀପୂଜା ଓ ତା ପରବର୍ତ୍ତୀ କାଳୀ ପୂଜା ଭସାଣ ଉତ୍ସବ। ଦୁର୍ଗାପୂଜା ଢଙ୍ଗରେ କାଳୀ ପୂଜା ଓ ଭସାଣି ହୋଇ ଆସୁ ଥିବାରୁ ଏହାକୁ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନିର୍ଦ୍ଦେଶ । ଦୀପାବଳିରେ ବାଣ ଫୁଟାଇବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ରାତି ୭ ଟାରୁ ୯ଟା ଯାଏଁ ବାଣ ଫୁଟାଇବା ନିର୍ଦ୍ଦେଶ ଜାରି କରାଯାଇଛି ।


