ଅଭ୍ୟାସ ବେଳେ ଭୁଲ୍‌ରେ ଖସିଲେ ବାୟୁ ସେନା ଯବାନ

ଚୌଦ୍ୱାର : ଆକାଶ ଛତାରୁ ଡେଇଁବା ଅଭ୍ୟାସ କଲାବେଳେ ଜଣେ ବାୟୁସେନା ଯବାନ ଭୁଲ୍‌ରେ ଅନ୍ୟସ୍ଥାନରେ ଓହ୍ଲାଇ ପଡିବା ଘଟଣା ଅଞ୍ଚଳରେ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । ମିଳିଥିବା ସୂଚନା ଅନୁସାରେ ଚୌଦ୍ୱାର ଚାରବାଟିଆ ରେ ଥିବା ବିମାନ ଉଡାଣ ଗବେଷଣା କେନ୍ଦ୍ର (ଏ.ଆର୍‌.ସି) ପକ୍ଷରୁ ଯବାନମାନେ ପାରାଚୁଟ ଜମ୍ପଙ୍ଗ (ଆକାଶ ଛତାରୁ ଡିଆଁ) ନିୟମିତ ଅଭ୍ୟାସ କରିଥାନ୍ତି । ମଙ୍ଗଳବାର ଏଭଳି ଅଭ୍ୟାସ ସମୟରେ ଜଣେ ଯବାନ ଜମ୍ପିଙ୍ଗ ପାଇଁ ଉର୍ଦ୍ଧିଷ୍ଟ ଷଣ୍ଢ ପଡିଆ ଅଞ୍ଚଳରେ ନଓହ୍ଲାଇ ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତର ପଣ୍ଡୁଆ ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଓହ୍ଲାଇଥିଲେ । ସେଠାରେ ଆକାଶଛତା ଓହ୍ଲାଇଥିବା ଦେଖି ବହୁଗ୍ରାମବାସୀ ଯବାନ ଓହ୍ଲାଇଥିବା ସ୍ଥାନରେ ଭିଡ ଜମାଇଥିଲେ । ସେମାନେ କୌଣସି ବିଦେଶୀ ଗୁପ୍ତଚର ଆସିଥିବା ସଂଦେହ କରି ଯବାନଙ୍କୁ ତାଙ୍କ ପରିଚୟ ମାଗିଥିଲେ ମଧ୍ୟ ଯବାନ ଜଣକ ନିଜର ପରିଚୟ ନଦେଇ ସେ ଭାରତୀୟ ଓ ନିୟମିତ ଏଭଳି ଅଭ୍ୟାସ କରିଥିବା ପ୍ରକାଶ କରିଥିଲେ । ପରେ ସୂଚନା ପାଇଁ ଚୌଦ୍ୱାର ପୁଲିସ ଘଟଣା ସ୍ଥଳରେ ଯବାନଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚୁରା କରି ଏଆରସି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ