ଅମରେଶ୍ୱର -୯୦ ର ବୈଠକ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ): ଚାରିଛକ ନିକଟସ୍ଥ ଭାଣପୁର ଗ୍ରାମ ର ମା ହରଚଣ୍ଡି ପୀଠ ଠାରେ ସ୍ବେଛାସେବୀ ସଂଗଠନ ଅମରେଶ୍ୱର – ୯୦ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଥୀ ଆର୍ତ୍ତତ୍ରାଣ ତ୍ରିପାଠୀ (ଲୁନା) ଙ୍କ ଅକାଳ ବିୟୋଗ ରେ ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତା ଡ଼ିସେମ୍ବର ୨୧ ତାରିଖ ରେ ସପ୍ତମ ବନ୍ଧୁ ମିଳନ ଉତ୍ସବ ହେବାକୁ ସ୍ଥିର ହୋଇ କିପରି ବନ୍ଧୁ ମିଳନ ଉତ୍ସବ ସୁଚାରୁରୁପେ ଅନୁଷ୍ଠିତ ହେବ ସେ ସମ୍ପର୍କ ରେ ସବିଶେଷ ଆଲୋଚନା ହୋଇଥିଲା । ସମସ୍ତ ସଭ୍ୟ ଗୋଟିଏ ଗୋଟିଏ ବୃକ୍ଷ ଚାରା ସେମାନଙ୍କ ପ୍ରିୟ ଜନ ଙ୍କ ନାମରେ ରୋପଣ କରିବାକୁ ସ୍ଥିର ହୋଇଥିଲା। ଏହି ବୈଠକରେ ଜୟନ୍ତ ସାହୁ, ପ୍ରସନ୍ନ କୁମାର କର,ନିତ୍ୟାନନ୍ଦ ଦାସ, ବିଜୟ ସାହୁ, ଗଣେଶ କର, ଅରକ୍ଷିତ ଭୋଇ, କାହ୍ନୁ ଚରଣ ସାହୁ, ଜଗବନ୍ଧୁ କର,ବ୍ରଜ ବନ୍ଧୁ ପରିଡା, ପ୍ରଫୁଲ୍ଲ ସାହୁ, ଅର୍ଜୁନ ପଣ୍ଡା, ଯତୀନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି ସଙ୍ଗଠନ କୁ କିପରି ମଜଭୁତ କରାପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ