ଅମର୍ଦ୍ଦା ( ରାସଗୋବିନ୍ଦପୁର ) ବିମାନବନ୍ଦର

ବାଲେଶ୍ୱର, (ସରୋଜ ପଣ୍ଡା) :  ଅମର୍ଦ୍ଦା ( ରାସଗୋବିନ୍ଦପୁର ) ବିମାନବନ୍ଦର ପାଇଁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପତ୍ରର ସକାରାତ୍ମକ ଉତ୍ତର ଦେବା ସହିତ ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମାନ୍ୟବର ବେସାମରିକ ବିମାନ ଚ଼ଳାଚ଼ଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତିଶୃତି ଦେଇଛନ୍ତି । ଏହା କାର୍ଯ୍ୟକାରୀ ହେଲେ ବାଲେଶ୍ଵର-ମୟୂରଭଞ୍ଜ ସମେତ ସମଗ୍ର ଉତ୍ତର ଓଡ଼ିଶାବାସୀ ଏଥିରୁ ଉପକୃତ ହେବେ । ଦୀର୍ଘ ୨ବର୍ଷ ହେଲା ଏଥିପାଇଁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପୂର୍ବତ୍ତନ ମନ୍ତ୍ରୀ ମାନ୍ୟବର ଶ୍ରୀ ହରଦୀପ ସିଂ ପୁରୀଜୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଅନେକ ଥର ପତ୍ରାଚାର ଓ ସାକ୍ଷାତ ଆଲୋଚ଼ନା କରିଥିଲେ । ଯାହାର ଫଳ ସ୍ବରୂପ ଏହାକୁ ଉଡ଼ାନ୍ ସ୍କିମରେ ଭର୍ତ୍ତି କରାଯାଇପାରିଲା । ବର୍ତ୍ତମାନର ମାନ୍ୟବର ମନ୍ତ୍ରୀ ଶ୍ରୀ ସିନ୍ଧିଆଜୀଙ୍କୁ ଆଜି ଶ୍ରୀଯୁକ୍ତ ଷଡ଼ଙ୍ଗୀ ଭେଟକରି ଏ ବିଷୟରେ ପତ୍ର ଦେବା ସହିତ ଆଲୋଚ଼ନା କରିଥିଲେ । ଆଜିର ସାକ୍ଷାତ ଆଲୋଚନାରେ ଏହି ଐତିହାସିକ ବିମାନ ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାର ଆଶା ଉଜ୍ଜୀବିତ ହେଇଛି । ଏସଵୁ ପାଇଁ ମାନ୍ୟବର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଓ ବିଭାଗୀୟ ଅଧିକାରୀ ବିଶେଷତଃ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ