ଅମାନିଆଙ୍କୁ ଧରିଲା ପୋଲିସ: ଆଦାୟ କଲା ୫ ହଜାର ଜୋରିମାନା

ବନ୍ତ, (ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଚାଲିଛି । ଶୁକ୍ରବାର ଉଭୟ ଥାନା ଓ ଫାଣ୍ଡି ପକ୍ଷରୁ ୫ ହଜାର ଜୋରିମାନା ଆଦାୟ କରାଯାଇଛି । ବନ୍ତ ଥାନା ପକ୍ଷରୁ ଏମ୍‌.ଭି ଆକ୍ଟରେ ୨ ଜଣଙ୍କ ଠାରୁ ୨ ହଜାର ଓ ମାସ୍କ ବ୍ୟବହାର କରିନଥିବା ୪ ଜଣଙ୍କ ଠାରୁ ୨ ହଜାର ଜୋରିମାନା ଆଦାୟ କରାଯାଇଛି । ସେହିଭଳି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ମାସ୍କ ବ୍ୟବହାର କରିନଥିବାରୁ ୨ ଜଣ ବ୍ୟକ୍ତିଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ