ଅମିତଶାହା ଙ୍କ ବଡ ବୟାନ 

(ଯୁଗାଦ୍ଦନ୍ୟୁଜ)-ଭାରତର ଭୂସ୍ୱର୍ଗ ଜାମ୍ମୁକାଶ୍ମୀରୁ ୩୭୦ ଧାରା ଉଠିବା ପରଠାରୁ ସରକାର ଓ ବିରେଧୀ ମାନଙ୍କ ମଧ୍ୟରେ ତୁତୁ ମେଁମେଁ ଯାରି ରହିଥିବା ବେଳେ ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଙ୍କ ବଡ ବୟାନ ସମ୍ମାନ୍ନକୁ ଆସିଛି । ସେ ଭାରତୀୟ ପୋଲିସ ସେବା ବା ଆଇପିଏସ୍ ର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବା ଅବସରେ ସେ କହିଛନ୍ତି ଜାମ୍ମୁକାଶ୍ମୀର ସବୁବେଳେ କେନ୍ଦ୍ରଶାସିତ ଅଚଂଳ ହୋଇରହିବ ନାହିଁ । ସୁରକ୍ଷା ର ସ୍ଥିତିରେ ସୁଧାର ଆସିବା ପରେ ଯାଇଁ ଏହା କୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି ଧାରା ୩୭୦ ହଟିବା ପରେ ରାଜ୍ୟରେ ଗୋଟିଏ ହେଲେ ଗୁଳି ଚାଲିନାହିଁ । ଗୋଟିଏ ହେଲେ ବ୍ୟକ୍ତି ମୃତ୍ୟୁବରଣ କରିନାହାନ୍ତି । ପୂର୍ବରୁ କେବଳ ୩୭୦ ଦ୍ୱାରା କାଶ୍ମୀର ସଂସ୍କୃତି ଓ ପରିଚୟର ରକ୍ଷା ହେବ ବୋଲି କୁହାଯାଉଥିଲା । ଯାହା ଭୁଲ ଅଟେ । କାରଣ ଏହାକୁ ଦୂରୁପଯୋଗ କରାଯାଉଥିଲା । ଏପରିକି ଆତଙ୍କବାଦ ମଧ୍ୟ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ