ଅମିତ ଶାହାଙ୍କ ଜନସମ୍ବାଦ ଭାର୍ଚୁଆଲ ରାଲି ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ଉଦବୋଧନ
ବ୍ରହ୍ମପୁର( ଅନିଲ କୁମାର ) : ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨ୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ତି ଅବସରରେ ଷୋମବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜନ ସମ୍ବାଦ ରାଲି(ଭାର୍ଚୁଆଲ ରାଲି) ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ଉଦବୋଧନ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧିକୁ ସାଧାରଣ ଜନତାଙ୍କ ନିକଟରେ ବର୍ଷୱାରି ହିସାବ ରଖିଥିଲେ । କୋରନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିବା ବେଳେ ଭାରତର ଜନସାଧାରଣଙ୍କୁ ଏଥିରୁ ସୁରକ୍ଷିତ ରଖିବା ସହ ପ୍ରବାସୀ ମାନଙ୍କୁ ସୁରକ୍ଷିତ ନିଜ ନିଜ ରାଜ୍ୟକୁ ପହଂଚାଇବା ଓ ବିଶେଷ କରି ଆଜି ସୁଦ୍ଧା ୨୧୦ଗୋଟି ଟ୍ରେନ ମାଧ୍ୟମରେ ୩ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ପହଁଂଚାଇବା, ଅମ୍ଫାନ ବାତ୍ୟାରେ ଓଡିଶାକୁ ତୁରନ୍ତ ୫୦୦ କୋଟିର ପ୍ୟାକେଜ ଘୋଷଣା, ଗଂଜାମରେ ମତ୍ସ୍ୟ ଚାଷଠୁ ଆରମ୍ଭ କରି କିଆ ଫୁଲ ଚାଷ ଭଳି ଓଡିଶାର ଚାଷୀ ମାନଙ୍କ ପାଇଁ ଅନ୍ୟୁନ ୧୦ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା, ସାଗରମାଳା ପ୍ରୋଜେକ୍ଟରେ ଦୀର୍ଘ ୪୫୧କି.ମି ଧରି ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ସମୁଦ୍ର ତଟୀୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଘୋଷଣା କରଛନ୍ତି । ବ୍ରହ୍ମପୁର ଠାରେ ଆଇଜର ସ୍ଥାପନ, ଇଚ୍ଛାପୁର ଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ୬ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣା ଏଭଳିକି ଗତ ୭୦ବର୍ଷ ଧରି କଂଗ୍ରେସ ଶାସନ ଅମଳରେ ଓଡିଶାକୁ ୭୯ହଜାର ୪୮୬ କୋଟି ମିଳିଥିବା ବେଳେ ବର୍ତମାନ କେବଳ ୬ବର୍ଷ ମଧ୍ୟରେ ମୋଦୀଜୀ ଓଡିଶାକୁ ୫ଲକ୍ଷ ୫୨ହଜାର ୧୦୯କୋଟି ଟଙ୍କାର ଅନୁଦାନ ଦେଇ ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷିରେ ବ୍ରହ୍ମପୁର ବିଧାନସଭା ଗାନ୍ଧୀନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତା ମାନେ ସାମାଜୀକ ଦୂରତାକୁ ବଜାୟ ରଖି ୟୁ ଟୁବ୍ ଜରିଆରେ ମାନନୀୟ ସ୍ୱରାଷ୍ଟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଜୀଙ୍କ ଭାର୍ଚୁଆଲ୍ ରାଲିର ସିଧା ପ୍ରଶାରଣ ଦେଖିଥିଲେ । ଏହି ଅବସରରେ ବରିଷ୍ଠ ନେତା କାହ୍ନୁ ଚରଣ ପତି, ପ୍ରଭାତ କିରଣ ଷଡଙ୍ଗୀ , ସୁନିଲ୍ କୁମାର ସାହୁ, ମଦନ ମୋହନ ପାତ୍ର, ଶିବ ଶଙ୍କର ଶତପଥୀ, ବିକେସ ପାଣିଗ୍ରାହୀ, ବାପି ପ୍ରଧାନ, ମାଲି ସାହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିଭଳି ବ୍ରହ୍ମପୁରର ଆସ୍କାରୋଡ୍ ରଘୁନାଥ ମନ୍ଦିର ନିକଟରେ ଏନ୍.ରାଜେନ୍ଦ୍ର କୁମାର, ଭାବଗ୍ରାହୀ ପାଳ, କିରଣ କୁମାର ସାହୁଙ୍କ ନେତୃତ୍ୱରେ ବହୁ କାର୍ଯ୍ୟକର୍ତା ଏକତ୍ରିତ ହୋଇ ବହୁ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ ସେହି ଭଳି ଗୋଳନ୍ଥରା ଠାରେ ଜିଲ୍ଲା ସଭାପତି ବିଭୁତି ଜେନାଙ୍କ ଉପସ୍ଥିତିରେ ରାଜେଶ ସାହୁ, ସିଦ୍ଧାନ୍ତ ଗଂଗଦେବ, ଚିନ୍ମ୍ରୟାନନ୍ଦ ମହାରାଜ, ଗଙ୍ଗାଧର ଶତପଥୀ, ସୁଭାଷୀସ ସାହୁ , ଶିବ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତକୁ ଅଗ୍ରସର କରିବା ପାଇଁ ସଂକଳ୍ପ ନେଇଥିଲେ ।