ମା ବରାଳଦେବୀ ନାରୀ ମହାସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ)କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟ।ପିଥିବା ବେଳେ ଓଡିଶା କୁ ମଧ୍ୟ ଗ୍ରାସ କରିବାରେ ଲାଗିଛି ଏପରି ସ୍ଥଳେ ବିଭିନ୍ନ ଅନୁଷ୍ଠାନ ବିଭିନ୍ନ ମାଧ୍ୟମରେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି।କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତର ମା ବରାଳଦେବୀ ନାରୀ ମହାସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ଏମାନେ ତାଙ୍କ ମାହାସଙ୍ଘର ନିଜସ୍ୱ ସଞ୍ଚୟ ପାଣ୍ଠିରୁ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଆଳୁ, ତେଲ, ସର୍ପ, ସାବୁନ, ଲୁଣ, ଲଙ୍କା, ପିଆଜ, ଫୁଟଣ, ଓ ଛୋଟ ପିଲାଙ୍କ ପାଇଁ ବିସ୍କୁଟ, ମିକ୍ଚର, କୁରକୁରି, ରେସନ ଜିନିଷ ସୁଦୁରୁକୁମ୍ପା ଦୋକାନରୁ କିଣିନେଇ ବିଲାବାଡି ପଞ୍ଚାୟତର ବିଭିନ୍ନ ଗ୍ରାମର ଅତି ଗରିବ ଦୁଖୀ ଭଳି ପ୍ରାୟ ଶହେ ପରିବାରକୁ ବଣ୍ଟନ କରିଛନ୍ତି । ଏଥି ସହିତ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩ ହଜାର ଟଙ୍କା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ହାତରେ ଦେଇଛନ୍ତି ଓ ଏକ ମାନପତ୍ର ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟଯେ ଲକଡାଉନ ସମୟ ପାଇଁ ବିଲାବାଡ଼ି ପଞ୍ଚାୟତ ର ଅତି ଗରିବ ଶ୍ରେଣୀ ପରିବାର କୌଣସି ରେସନ ଜିନିଷ ଦୋକାନରୁ ଆସି ନେଇପାରି ନଥିବା ଯୋଗୁଁ ନାରୀମହାସଙ୍ଘ ପକ୍ଷରୁ ସମସ୍ତ ଙ୍କୁ ଏସବୁ ଜିନିଷ ଦାନକରଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ