ଅମୃତଭଣ୍ଡାର ଜୁସ୍ ପିଇଲେ କି କି ଫାଇଦା ମିଳେ

ନାମ ହିଁ ସୂଚାଏ ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ତତ୍ତ୍ୱ । ଏହାର ମଞ୍ଜି ଓ ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରକ । ଅମୃତଭଣ୍ଡାରେ ନ୍ୟୁଟ୍ରିଏଣ୍ଟସ୍, ଭିଟାମିନ ଏ, ସି, କେ, ନିୟାସିନ, ମ୍ୟାଗ୍ନେସିୟମ, ପୋଟାସିୟମ, ପ୍ରୋଟିନ୍ ଓ ଫାଇବର ରହିଛି । ଯକୃତ ବା ଲିଭରକୁ ସଫା ରଖିଥାଏ ଏବଂ ହଜମ କ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ । ଅମୃତଭଣ୍ଡାର ଜୁସ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ।
ଡେଙ୍ଗୁ ଜ୍ୱର ହୋଇଥିଲେ ଡାକ୍ତର ଅମୃତଭଣ୍ଡାର ପତ୍ରର ଜୁସ୍ ପିଇବାକୁ ପରାମର୍ଶ ଦେଇଥାନ୍ତି । ଏହାର ପତ୍ରରେ ପାଁପେନ ଏନ୍ଜାଇମ୍ ଥାଏ । ଯାହାକି ବ୍ଲଡ କଣିକା ବୃଦ୍ଧି କରିବାରେ ସହାୟକ କରିଥାଏ । ଏହି ଜୁସ ପିଇବା ଦ୍ୱାରା ଭାଇରାଲ ଇମ୍ଫେକ୍ସନ ଭଲ ହୋଇଥାଏ । ଏହାକୁ ହ୍ୱାଇଟ ବ୍ଲଡ ସେଲ୍ସ ଏବଂ ପ୍ଲେଟଲେସକୁ ବଢ଼ାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଭଲ ହୋଇଥାଲ । ସାଧାରଣ ଭାବେ ପୁରୁଷଙ୍କୁ ୮୫ ପ୍ରତିଶତ ଏବଂ ମହିଳାଙ୍କୁ ୧୦୦ ପ୍ରତିଶତ ଭିଟାମିନ ଆବଶ୍ୟକ । ଏହା ପୂରଣ କରିବା ପାଇଁ ଅମୃତଭଣ୍ଡା ପ୍ରଚୁର ପରିମାଣରେ ଖାଇବା ଉଚିତ ।
ଚେହେରାରେ ଥିବା ଦାଗକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ । ଅମୃତଭଣ୍ଡା ଖାଇଲେ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଗଳାରେ ହେଉଥିବା ଟନସିଲ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବର ଶରୀରରେ ଥିବା ଟକ୍ସିନକୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ