ଅମୃତ ଷ୍ଟେସନ ଯୋଜନାରେ ଛତ୍ରପୁର ରେଳ ଷ୍ଟେସନ ସାମିଲ

ଛତ୍ରପୁର, (ଦେବଦତ୍ତ ମହାରଣା):ଅମୃତ ଭାରତ ଷ୍ଟେସନ ଯୋଜନା ରେ ଛତ୍ରପୁର ରେଳ ଷ୍ଟେସନ ସାମିଲ ହୋଇଛି, ଷ୍ଟେସନ ର ଉନ୍ନତି କରଣ ନେଇ ରବିବାର ରେଳ ଷ୍ଟେସନ ପରିସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ମାଧ୍ୟମରେ ଯୋଡି ହୋଇ ଶିଳାନ୍ୟାସ କରିଛନ୍ତି । ଏଥି ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରେଳ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଯୋଡି ହୋଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନାରେ ଛତ୍ରପୁର ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ୨୫.୬ କୋଟି ଟଙ୍କା ବ୍ୟୟରେ ଉନ୍ନତି କରଣ ହେବ । ଛତ୍ରପୁର ଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ରେଳ ବିଭାଗର ଡିଭିଜନ ସିନିୟର ସେଫଟି ଅଫିସର ଏମଏନଏସ ରମେଶ, ଯାତ୍ରୀ ସୁବିଧା ସମିତି (ରେଲୱେ ବୋର୍ଡ) କମିଟିର ସଦସ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ଛତ୍ରପୁରର ସମସ୍ତ କାଉନସିଲର, ଆଖପାଖ ଅଂଚଳର ଜନ ପ୍ରତିନିଧି, ବିଭିନ୍ନ ଦଳର ରାଜନେତା, ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ । ଆଜି ଦେଶର ପ୍ରଥମ ପର୍ଯ୍ୟାୟରେ ୫୦୮ ଗୋଟି ରେଳ ଷ୍ଟେସନର ଉନ୍ନତିକରଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏଥିରେ ଓଡିଶାର ୫୭ ଗୋଟି ରେଳ ଷ୍ଟେସନ ଥିବା ବେଳେ ଛତ୍ରପୁର ରେଳ ଷ୍ଟେସନ ମଧ୍ୟ ଯୋଡି ହୋଇଛି । ଉକ୍ତ ରେଳ ଷ୍ଟେସନ ବହୁ ବର୍ଷର ପୁରୁଣା ହୋଇଥିବା ବେଳେ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଛି । ଆଧୁନିକ ଢାଞ୍ଚାରେ ବିଲଡିଂ ନିର୍ମାଣ ହେବ, ଯାତ୍ରୀଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ, ଓଭରବ୍ରିଜ, ସିଗନାଲ ବ୍ୟବସ୍ଥା, ଆଲୋକୀକରଣ, ପାର୍କିଂ, ୱାଇଫାଇ ସମେତ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ କରାଯିବ । ପ୍ରାରମ୍ଭରେ ଛତ୍ରପୁର ଏବଂ ଆଖପାଖ ଅଂଚଳର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ