ଉପଖଣ୍ଡ ଚିକିତ୍ସାଳୟରେ ଆରମ୍ଭ ହେବ ନିଃଶୁଳ୍କ ଇସିଜି ସେବା
ଆସିକା (ୱାଇଏନ୍ଏସ୍) ଆଗାମୀ କିଛି ଦିନ ମଧ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଇତିହାସରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆନୁଷ୍ଠାନିକ ଭାବେ ଆଉ ଏକ ନୁଆଁ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କୁ ମିଳିବ ଆହୁରି ଉନ୍ନତ ମାନର ସ୍ୱାସ୍ଥ୍ୟସେବା । ଇଲେକ୍ଟ୍ରୋ କାର୍ଡିଓଗ୍ରାମ୍ (ଇସିଜି) ସେବା ପାଇଁ ଆବଶ୍ୟକ ପଡୁଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶେଷ ହୋଇସାରିଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ବ୍ଳକ ଓ ଏନ୍ଏସି ସମେତ ଧରାକୋଟ, ଶେରଗଡ, କବିସୂର୍ଯ୍ୟନଗର, ବୁଗୁଡା ତଥା ଏହାର ଆଖପାଖ ଅଂଚଳର ହଜାର ହଜାର ଜନତା ନିର୍ଭରଶୀଳ । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଇସିଜି ସେବା ନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା କେତେକ ଘରୋଇ ଚିକିତ୍ସାଳୟକୁ ଯାଇ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଥିଲେ । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଇସିଜି ସେବା ବ୍ୟବସ୍ଥା କରିଥିବା ଯୋଗୁଁ ସାଧାରଣରେ ସ୍ୱାସ୍ଥ୍ୟ ବିଭାଗର ଏହି ଐତିହାସିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନିଃଶୁଳ୍କ ଇସିଜି ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହେବା ପରେ ଜନସାଧାରଣ ହାତପାଆନ୍ତାରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବାରେ ସକ୍ଷମ ହୋଇପାରିବେ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ବେଶ୍ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଉଥିଲା ବେଳେ ଏହି ଇସିଜି ସେବା ଆରମ୍ଭ ହେଲେ ବହୁ ବ୍ୟକ୍ତି ଉପକୃତ ହେବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସଚେନତ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ମନୁଷ୍ୟ ଶରୀରର ହୃôଦୟରେ ଥିବା ହୃତ୍ସ୍ପନ୍ଦନର ତିବ୍ରତା ପରୀକ୍ଷଣ କରିବାରେ ଏହି ଇଲେକ୍ଟ୍ରୋ କାର୍ଡିଓଗ୍ରାମ୍ (ଇସିଜି) ସେବା ବିଶେଷ ସହାୟକ ହୋଇପାରିବ ବୋଲି ବୁଦ୍ଧିଜିବୀ ଓ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବହୁ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କେତେକ ଫାର୍ମାସିଷ୍ଟଙ୍କ ସମେତ ବହୁ ପଦପଦବୀ ଖାଲି ପଡିଥିଲେ ମଧ୍ୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଭିଜ୍ଞ ଡାକ୍ତରମାନେ ଚିକିତ୍ସା ପାଇଁ ଆସୁଥିବା ଶହ ଶହ ରୋଗୀଙ୍କୁ ଅବିରତ ତଥା ନିରବିଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରୋଗୀସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା ବେଳେ ଗରିବ ଓ ନିଃସହାୟକଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ରୋଗୀମାନେ ଯେପରି ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଭାବେ ଇସିଜି ସେବା ଆରମ୍ଭ ହୋଇସାରିଥିଲା ବେଳେ ଆବଶ୍ୟକୀୟ ମାନବସମ୍ବଳ ନିଯୁକ୍ତି ପରେ ଏହି ସେବାକୁ ଆନୁଷ୍ଠାନିକ ଭାବେ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡିଛି । ଇଲେକ୍ଟ୍ରୋ କାର୍ଡିଓଗ୍ରାମ୍ (ଇସିଜି) ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ପରେ ଶହ ଶହ ଜନତା ବିଶେଷ ଉପକୃତ ହୋଇପାରିବେ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।


