ଅଯୋଧ୍ୟାରେ ୧୪୪, ଡିସେମ୍ବର ୧୦ ଯାଏ ଜାରି ରହିବ କଟକଣା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ । ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦକୁ ନେଇ ଏହି ଶୁଣାଣି ହେବ । ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ । ଜିଲ୍ଲା ପ୍ରଶାସନ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ରୁ ସବୁଦିନ ଶୁଣାଣି କରିବେ ବୋଲି ପୂର୍ବରୁ କହିଥିଲେ । ଏନେଇ ମଧ୍ୟସ୍ଥତାର ପ୍ରୟାସ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଆହ୍ଲାବାଦ୍ ହାଇକୋର୍ଟ ରାୟ ବିରୋଧରେ ୧୪ଟି ଆବେଦନ ହୋଇଥିଲା । ଏହି ୨.୭୭ ଏକର ଜମିକୁ ୩ ପକ୍ଷ ମଧ୍ୟରେ ବାଣ୍ଟିଦେବାକୁ ଆହ୍ଲାବାଦ୍ ହାଇକୋର୍ଟ ରାୟ ଦେଇଥିଲେ । ଏହା ସୁନ୍ନି ୱାକଫ ବୋର୍ଡ, ନିର୍ମାହି ଆଖଡ଼ା ଏବଂ ରାମ ଲାଲ୍ଲା ମଧ୍ୟରେ ଭାଗବଣ୍ଟା ହେବାର ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ