ଅଯୋଧ୍ୟା ମାମଲାର ଶୁଣାଣି ପରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯୋଧ୍ୟା ରାୟ ଶୁଣାଣି ହେବାକୁ ଥିବା ନେଇ ଗତ ୧୦ ଦିନ ହେବ ଦିଲ୍ଲୀରେ କଡ଼ାକଡ଼ି ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ବ୍ୟସ୍ତ ଥିବା ବେଳେ ସେପଟେ ସାମ୍ଭବ୍ୟ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିଛି ।ଅନେକ ତଦନ୍ତକାରୀ ସଂସ୍ଥା ସୂଚନା ଦେଇ କହିଛନ୍ତି ଯେ ଦେଶରେ ପାକିସ୍ତାନୀ ଆତଙ୍କବାନୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ବଡ଼ ଧରଣର ଆକ୍ରମଣ ଘଟାଇବାର ଯୋଜନା କରୁଛି ।ଗୁଇନ୍ଦା ସଂସ୍ଥା “ର’ ଏବଂ “ଆଇବି’ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୁବ୍ ଶୀଘ୍ର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଘଟିପାରେ । ଏ ନେଇ ଦିଲ୍ଲୀ ସରକାରଙ୍କୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଯେତେ ବି ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି ସମସ୍ତେ ପ୍ରାୟ ଏକା ପ୍ରକାରର ସୂଚନା ଦେଇଛନ୍ତି ।ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇବା ପରେ ପାକିସ୍ତାନୀ ଆତଙ୍କବାଦୀମାନେ ସାଂପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ପାଇଁ ଦେଶରେ ଆକ୍ରମଣ କରିପାରନ୍ତି ବୋଲି ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ