ଅରଖପୁରରେ ଗଠନ ହେଲା ନୂତନ ସେବା ସମବାୟ ସମିତି

ବୁଗୁଡା,(ଅନିଲ କୁମାର ମହାରଣା) : ବୁଗୁଡା ବ୍ଳକ୍ ଅନ୍ତର୍ଗତ ଅରଖପୁର ଗ୍ରାମ ପଞ୍ଚାୟତର ଅରଖପୁରରେ ନୁତନ ଭାବେ ସେବା ସମବାୟ ସମିତି କାର୍ଯ୍ୟାଳୟ ସ୍ଥାପିତ ହୋଇ ଅକ୍ଟୋବର ୧୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସମିତି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ସାହୁ, ଆସ୍କା ଏ.ଆର୍.ସି.ଏସ୍, ନିର୍ଦ୍ଦେଶିକା ନନ୍ଦିନୀ ଭୂୟାଁ, ସରପଞ୍ଚ ମିନତି ମଲ୍ଲିକ, ସମିତି ସଭ୍ଯ ଶାନ୍ତି ଲତା ସ୍ବାଇଁ, ନୁତନ ସଭାପତି ପ୍ରଶାନ୍ତ କୁମାର ପାତ୍ର, ଉପସଭାପତି ଚିନ୍ମୟ ମଲ୍ଲିକ, ସମ୍ପାଦକ ହିମାଂଶୁ ଶେଖର ପଣ୍ଡା ଯୋଗଦେଇ ଚାଷୀ ମାନଙ୍କ ସୁବିଧା ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅରଖପୁର, ମହୁଲପଲ୍ଲୀ, ଖରିଡା, ଝୋଲରୀ ଓ ଏକଡାଳକୁ ଗ୍ରାମକୁ ନେଇ ଅରଖପୁର ସେବା ସମବାୟ ସମିତି ଗଠିତ ହେବାଦ୍ୱାର ବୁଗୁଡା ବ୍ଲକରେ ସେବା ସମବାୟ ସମିତି ସଂଖ୍ୟା ୧୪ ରୁ ୧୫ କୁ ବୃଦ୍ଧି ପାଇଛି। ଏହି ନୂତନ ସେବା ସମବାୟ ସମିତି ଜନହିତରେ ଆସି ପାରିବ ବୋଲି ଅଞ୍ଚଳବାସୀ ଖୁସି ବ୍ଯକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ