ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ବେଲଗୁଣ୍ଠା-(ଯୁଗାବ୍ଦ ନ୍ୟୁଜ) -ବେଲଗୁଣ୍ଠାସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି ।କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଉଦ୍ଘାଟନ କରିଥିବାବେଳେ ଶିକ୍ଷାବିତ୍ ରବୀନ୍ଦ୍ରନାଥ ଚୌଧୁରୀ, ଅନଷ୍ଠାନର ସଭାପତି ତଥା ବିଶିଷ୍ଟ ସମାଜସେବୀ ଭି.ଦେବୀପ୍ରସାଦ ପାତ୍ର, ସଂପାଦକ ଅଭିନାଶ ଚୌଧୁରୀ,ଅଧ୍ୟକ୍ଷ ଅମୀୟ ମହାପାତ୍ର, ପୁର୍ବତନ କାଉନସିଲର ସି.ଏଚ୍ ଜତୀନ କୁମାର ପାତ୍ର ଓ ରତିକୃଷ୍ଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ବିଚାରକ ଭାବେ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଅଲେଖ ସ୍ୱାଇଁ ଓ ସାମ୍ବାଦିକ ସତୀଶ ରେଡ୍ଡୀ ଯୋଗ ଦେଇଥିଲେ ।ଉଚ୍ଚ ବିଦ୍ୟାଳୟ ସ୍ତରରେ ୧୮ ଟି ପ୍ରକଳ୍ପ ଭାଗ ନେଇଥିବା ବେଳେ ତନ୍ମଧ୍ୟରୁ ଅଙ୍କିତାରାଣୀ ପୃଷ୍ଟି ପ୍ରଥମ, ମନିଷା ରାଣୀ ପରିଡା ଦ୍ୱିତୀୟ ଓ ସୋମାଲିନୀ ପୃଷ୍ଟି ତୃତୀୟ ସ୍ଥାନ ଅଳଙ୍କୃତ କରିଥିଲେ ।ଉଚ୍ଚ ପ୍ରାଥମିକ ସ୍ତରରେ ୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ମନୀଷା ଗୌଡ ପ୍ରଥମ, ଶିବାନୀ ଡାକୁଆ ଦ୍ୱିତୀୟ ଓ ସ୍ୱର୍ଣ୍ଣ ମୟୀ ବିଷୋୟୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସେହିପରି ପ୍ରାଥମିକ ସ୍ତରରେ ୧୨ଟି ପ୍ରକଳ୍ପ ମଧ୍ୟରୁ ଜିମି ମହାରଣା,ଦିବ୍ୟଜ୍ୟୋତି ଜେନା ଓ ଅନ୍ୱେଶାପ୍ରିୟଦର୍ଶିନୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷା କେନ୍ଦ୍ରର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିବା ବେଳେ ଅଭିବାବକ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ