ଅରଭାନୀ ସମୟ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାକ୍ଷିକ ସମ୍ବାଦପତ୍ର ଅରଭାନୀ ସମୟ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇ ଯାଇଛି. ମଞ୍ଜୁଳା ତ୍ରିପାଠୀ ଙ୍କ ସଭାପତି ତ୍ବ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି, ସାହିତ୍ୟିକା ଇନ୍ଦିରା ମିଶ୍ର ଯୋଗ ଦେଇ ବର୍ତମାନ ସମୟରେ ଗଣମାଧ୍ୟମ ବହୁ କଣ୍ଟକିତ ପଥ ଦେଇ ଅତିକ୍ରମ କରିବା ସହ ତାର ଉତ୍ତର ଦାଇତ୍ୱ ବହୁ ଗୁଣ ରେ ବୃଦ୍ଧି ପାଇଛି ବୋଲି ମତବ୍ୟକ୍ତ କରିଥିଲେ.ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଗଣମାଧ୍ୟମ ର ଭୁମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା. ଏହି ଅବସରରେ ଉଲେଖ ନୀୟ ଅବଦାନ ପାଇଁ ସାହିତ୍ୟିକା ସରୋଜିନୀ ମିଶ୍ର,ନୃତ୍ୟ ଶିଳ୍ପୀ, ଗବେଷିକା ଦିବ୍ୟ ସ୍ୱରୂପା ମହାନ୍ତି, ଜୟଶ୍ରୀ ଜେନା,ବିଦୁଲତା ସ୍ୱାଇଁ ଶୁଭଶ୍ରୀ ସିଂ, ଜୋଶ୍ନା ପଣ୍ଡା,ସଂଯୁକ୍ତା ସ୍ୱାଇଁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା. ସରକାରୀ ଅଧିକାରୀ ମାନେ ନିଜ ନିଜ ସ୍ତରରେ ସ୍ୱଚ୍ଛତା ରଖିବା ନିହାତି ଆବଶ୍ୟକ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ.ସମ୍ପାଦକ ରମେଶ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ଥିଲେ.କାର୍ଯ୍ୟକ୍ରମ କୁ ନାରାୟଣ ଖୁଣ୍ଟିଆ ସାମ୍ବାଦିକା ରୀନା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ